ଝାରସୁଗୁଡା- ଝାରସୁଗୁଡା ସଦର ବ୍ଲକ ତାଳପଟିଆ ହାଇସ୍କୁଲ ର ୫୦ ବର୍ଷ ପୁର୍ତ୍ତି ଅବସରରେ ପାଳିତ ହେଉଥିବା ସୁବର୍ଣ୍ଣ ଜୟନ୍ତୀ ପାଳନ ଆଜି ଦ୍ବିତୀୟ ଦିବସ ମହାସମାରୋହ ରେ ପାଳିତ ହୋଇଛି।ହାଇସ୍କୁଲ ର ପୂର୍ବତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ଓ ରାସବିହାରି ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ମୁଖ୍ୟ ଅତିଥି, ସମ୍ବଲପୁର ବିଇଡ଼ି କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡା: ମୀନକେତନ ପାଠି, ଗଙ୍ଗାଧର ମେହେର ମହାବିଦ୍ୟାଳୟ ଅବସର ପ୍ର୍ରାପ୍ତ ଉପାଧ୍ୟକ୍ଷ ପ୍ରଫେସର କାମଦେବ ସାହୁ ଓ ଅବସର ପ୍ରାପ୍ତ ଶିକ୍ଷା ମଣ୍ଡଳ ଆଧିଶ ଡ଼ା ଗିରିଧାରୀ ହୋତା ସମ୍ମାନିତ ଅତିଥି ଏବଂ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ପୂର୍ବତନ କୁଳପତି ଡ: ଧ୍ରୁବରାଜ ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ନାଏକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ କମିଟି ର ସମ୍ପାଦକ ଅଜୟ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।ପାଳନ କମିଟି ର ସଭାପତି ଅଶ୍ବିନୀ କୁମାର ମହାପାତ୍ର ଅନ୍ୟାନ୍ୟ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ୮ ଜଣ ପୂର୍ବତନ ଛାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା।
ଲଖନପୁର ବ୍ଲକ ବଡଧରା ଗ୍ରାମର ସଂପ୍ରଦା ଦଳ ସମ୍ପ୍ରଦ ପରିବେଷଣ କରିଥିବା ବେଳେ ଡ କେଦାର ପଟେଲ ହାସ୍ୟରସ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପୂର୍ବରୁ ଜିଲ୍ଲା ଶିଶୁ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଆୟୋଜିତ ଆଲୋଚନା ଚକ୍ର ରେ ଆନନ୍ଦିନୀ ପାଢ଼ୀ ଓ ଚାଇଲଡ଼ ଲାଇନ ସଂଯୋଜକ ଆଶୀଷ ପଣ୍ଡା ଯୋଗ ଦେଇଥିଲେ।ଏହାଛଡା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବତ୍ରୁତା,ଗୀତ,କୁଇଜ ଓ ଚିତ୍ରଙ୍କନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ର ହିନ୍ଦି ଶିକ୍ଷକ ନନ୍ଦ କିଶୋର ଦେବତା ଓ ଶିକ୍ଷୟିତ୍ରୀ ସୁନିତା ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱପାବଧାନରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।