ପୁରୀ, ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ସକାଳ 8ଘ ସମୟରେ ପୁରୀ ଦିଗବାରେଣି ସମୁଦ୍ର କୂଳରେ ନେହରୁ ଯୁବ କେନ୍ଦ୍ର , ପୁରୀ ଦ୍ବାରା ଏକ ବେଳାଭୂମି ସଫେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିବାଜୀ ମୁରଲୀଧର ଖରାତ ନେହେରୁ ଯୁବ କେନ୍ଦ୍ର ରାଜ୍ୟ ନିର୍ଦ୍ଦେଶକ, ଓଡିଶା , ମନିସ କିଶାନ ଉପ ସଚିବ କ୍ରୀଡା ଓ ଯୁବସେବା ଭାରତ ସରକାର, ଡକ୍ଟର ହରପ୍ରିୟା ଦାଶ ପ୍ରିନ୍ସିପାଲ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ପୁରୀ,ଜୟନ୍ତ ଷଡଙ୍ଗୀ ପୂର୍ବତନ ବିଧାୟକ , ପୁରୀ ଜିଲା ଯୁବସଂଯୋଯକ ଏବଂ ଅଶୋକ କୁମାର ବେହେରା ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ପ୍ରଭୁତି ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଫିସ ଏନଏସଏସ ସମେତ ସାମାଜିକ ଅନୁଷ୍ଠାନ ଟ୍ରେକିଂ କ୍ଲବ ପୁରୀ, ମିଶନ ଓଡିଶା, ମାର୍ସ ଓଡ଼ିଶା , ହାପିନେସ ଫାଉଣ୍ଡେସନ ଓ ଗୋପିନାଥ ସେବା ପରିଷଦରେ ୩୦୦ ସ୍ଵେଚ୍ଛାସେବୀ ଯୋଗଦାନ କରି ସଫେଇ କାର୍ଯ୍ୟକ୍ରମ କରିଥୂଲେ । ଏହି କାର୍ଯ୍ୟକ୍ରମ ଦିଗବାରେଣି ବେଳାଭୂମିରୁ ଆରମ୍ଭ ହୋଇ ସ୍ବର୍ଗଦ୍ବାର ବେଳାଭୂମି ପର୍ଯ୍ୟନ୍ତ ହୋଇଥିଲା ଏବଂ ସମୁଦ୍ର କୂଳରେ ଥିବା ଦୋକାନୀ ଓ ପର୍ଯ୍ୟଟକ ମାନେ ଯେପରି ବେଳାଭୂମିକୁ ସଫାସୁତରା ରଖିବେ ସେ ଉପରେ ସମସ୍ତଙ୍କୁ ସଚେତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଟ୍ରେକିଂ କ୍ଲବ ସଂପାଦକ ଶିବ ଶଙ୍କର ପ୍ରଧାନ ମିଶନ ଓଡିଶା ସଂପାଦକ ମଧୁସୂଦନ ମିଶ୍ର ଓ ମାର୍ସ ଓଡ଼ିଶାର ସାଧାରଣ ସଂପାଦକ ଭାସ୍କର ଚନ୍ଦ୍ର ପୂଜାରୀ ପରିଚାଳନା କରିଥିଲେ ।