କନ୍ଧମାଳ– କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଦୁର୍ଗମ ଦୁର୍ଗାପଙ୍ଗା ପଞ୍ଚାୟତର ବଣ ପାହାଡ଼ ପର୍ବତ ଜଙ୍ଗଲ ଘେରା ମଧ୍ୟରେ ରହିଛି ସରକାରୀ ବାଳିକା ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟ ସ୍ଥାପିତ ୨୦୦୮ ମସିହାରୁ। ଏତେ ପୁରୁଣା ବିଦ୍ୟାଳୟ ହେଲେ ସୁଦ୍ଧା ଦୁଃଖ ଓ ପରିତାପର ବିଷୟ ଯେ ଏହି ବିଦ୍ୟାଳୟଟି ବହୁ ସମସ୍ୟା ମଧ୍ୟରେ ଗତି କରୁଛି। ବିଦ୍ୟାଳୟ ଓ ହଷ୍ଟେଲକୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ। ବିଦ୍ୟାଳୟ ଗୃହ ଓ ହଷ୍ଟେଲ ଗୃହରୁ ବର୍ଷା ହେଲେ ପାଣି ଝରୁଛି। ଛାତ୍ରୀ ମାନେ ବ୍ୟବହାର କରୁଥିବା ଲାଟିନ ଓ ବାଥରୁମ ଅଚଳ ହୋଇ ପଡିଛି। ପାନୀୟ ଜଳର ସମସ୍ୟା ରହିଛି। କରେଣ୍ଟ ଥିଲେ ପାଣି ଆସୁଛି କରେଣ୍ଟ ନାହିଁତ ପାଣି ମଧ୍ୟ ନାହିଁ। ରୋଷେଇ ଗୃହ ମଧ୍ୟ ଜରାଜୀନ୍ନ ଅବସ୍ଥାରେ ପଡି ରହିଛି। ଉକ୍ତ ବିଦ୍ୟାଳୟର ଛାତ୍ରୀ ସଂଖ୍ୟା ୩୮୫ ଜଣ। ଛାତ୍ରୀ ସଂଖ୍ୟା ତୁଳନାରେ ସି ସି ଏ ସଂଖ୍ୟା କମ ଥିବା ଯୋଗୁଁ ସରକାରଙ୍କ ନିର୍ଦେଶକୁ ନେଇ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନେଇ ଆଲଚନା କରି ୩ ଟି ସି ସି ଏ ପଦବୀକୁ ସରକାରଙ୍କ ନିୟମ ଅନୁଯାୟୀ ନିଯୁକ୍ତି କରାଗଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଅଂଚଳର କିଛି ଦୁର୍ବୃତ, ଅସାମାଜିକ ଲୋକ ପ୍ରଧାନ ଶିକ୍ଷକଙ୍କୁ ମାରିବା ପାଇଁ ଧମକ ଦେଉଛନ୍ତି। ଏହି ପରିପେକ୍ଷୀରେ ଏହି ଦୁର୍ଗମ ଅଞ୍ଚଳରେ ପ୍ରଧାନ ଶିକ୍ଷକ କିଭଳି କାର୍ଯ୍ୟ କରିବେ, ଏଠି ପ୍ରଶ୍ନ ଉଠୁଛି ଏହି ବିଦ୍ୟାଳୟର ଛାତ୍ରୀ ନିବାସରେ ଏଭଳି ଅସୁବିଧା ଥିବା ସତ୍ବେ ପ୍ରଧାନ ଶିକ୍ଷକ ନିୟମିତ ରହି ଛୁଟିରେ ଘରକୁ ନଯାଇ ମଧ୍ୟ ବିଦ୍ୟାଳୟରେ ରହି ଏବଂ ସମସ୍ତ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ପାଠପଢା ଠାରୁ ଆରମ୍ଭ କରି ସ୍ଵତନ୍ତ୍ର ଶିକ୍ଷା ଦାନ କାର୍ଯ୍ୟକ୍ରମ କରୁଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଝିରିପାଣି ମାଝୀ, ସରପଞ୍ଚ ଶ୍ରୀମତୀ ବାଳମତି ମାଝୀ, ଧନୁର୍ଜୟ ଗାଡ଼ିକା, କମଳା ମାଝୀ, ପାର୍ବତୀ ପାଟମାଝି, ଏବଂ ଜଗରନାଥ ଡାକ ପ୍ରସ୍କା କହିବା ଅନୁଯାଇ ତୁରନ୍ତ ବିଦ୍ୟାଳୟର ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଝିରିପାଣି ମାଝୀ ଓ ସମସ୍ତ ସଦସ୍ୟ କହିବା ଅନୁଯାଇ ପ୍ରକୃତ ପ୍ରଣାଳୀରେ ସି ସି ଏ ପଦବୀ ପୂରଣ କରାଯାଇଛି।
Related Stories
October 6, 2024
October 6, 2024