କନ୍ଧମାଳ– କାଦୁ ପଚ ପଚ ରାସ୍ତାରେ ଧରାକୋଟ ବାସୀଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି। କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଧରାକୋଟ ପଞ୍ଚାୟତର ରାଣୀପଦର, ଖଜୁରୀ ସାହି, ବଡ ସାହି, ଯାମ ପଡ଼ା, ଇନ୍ଦିରା ସାହି, ନୁଆସାହି ଓ ଭାଲିଆ ପଦର ଏହି ସବୁ ଗ୍ରାମଗୁଡିକୁ ରାସ୍ତା ଘାଟ ନାହିଁ। ଗ୍ରାମରେ ଲୋକେ ପୂର୍ବ ପୁରୁଷ ଅମଳରୁ ବସ ବାସ କରିଆସୁଛନ୍ତି। ଲୋକ ସଂଖ୍ୟା ୩୦୦ ରୁ ଉର୍ଦ୍ଧ। ୯୦ ପରିବାର ଲୋକେ ରହନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାଇ ଏହି ସବୁ ଗ୍ରାମ ଗୁଡିକୁ ଆରଡି ରୋଡ଼ କିମ୍ବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଘାଟ କରିବା ନିମନ୍ତେ ଦାବି କରିଛନ୍ତି। ପାନୀୟ ଜଳ କଥା ନ କହିବା ଭଲ କାରଣ ସରକାର ସୋଲାର ପାଣି ଟାଙ୍କି ଦେଇଥିଲେ ସତ କିନ୍ତୁ ୧ ବର୍ଷ ରୁ ଉର୍ଦ୍ଧ ହେବ ଅଚଳ ଅବସ୍ଥାରେ ପଡି ରହିଛି। ନା ଅଛି ନଳକୂପ, ନା ଅଛି କୁଅ, ନା ଅଛି ଷ୍ଟାଣ୍ଡ ପାଇପ ପାନୀୟ ଜଳର କୌଣସି ସୁବିଧା। ଗ୍ରାମବାସୀ ନାଳ, ଚୁଆ ପାଣି ପିଇ ଜୀବନ ବିତାନ୍ତି। ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଅଛି କିନ୍ତୁ ଅଙ୍ଗନବାଡି କେନ୍ଦ୍ର ଟିଏ ମଧ୍ୟ ନାହିଁ କି ଆଶା ଦିଦି ମଧ୍ୟ ଦିଆଯାଇନଥିଲା। କୁନି କୁନି ୭୦ ରୁ ଉର୍ଦ୍ଧ ଶିଶୁ ଅଛନ୍ତି। ୩ ରୁ ୪ କି.ମି. ଦୂରକୁ ଗଲେ ଧରାକୋଟରେ ଏକ ଅଙ୍ଗନୱାଡି କେନ୍ଦ୍ର ଅଛି। ସେହି କେନ୍ଦ୍ରକୁ କୁନି କୁନି ଶିଶୁମାନେ ଯାତାୟାତ କରନ୍ତି। ସବୁ ବେଳେ ଯିବା ସମ୍ଭବ ହେଇ ପାରୁନାହିଁ, କି କେନ୍ଦ୍ର ରୁ ଖାଦ୍ୟ ମଧ୍ୟ ଆଣି ଯିବା କଷ୍ଟକର ହେଉଛି। ଯାହା ଫଳରେ କୁନି କୁନି ଶିଶୁଙ୍କ ଭବିଷ୍ୟତ ଅନ୍ଧକାରରେ କଟୁଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି। ଉକ୍ତ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ କୋଟଗଡ ବ୍ଲକ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି।
ୱାର୍ଡ ମେମ୍ବର ବିଜୟ ବଡ଼ ନାୟକ, ଉଗ୍ରେସନ ବସ୍ତି ରାୟ, ନାର୍ଦ୍ଧନ ବସ୍ତି ରାୟ, ଗଜ ପାରାସେଟ, ମିଛ ପତି ସାନସେଟ, ମର୍ଚ୍ଚ ଫୁଲ ପାଲଟା ସିଂ, ବିରଞ୍ଚି ପରାସେଟ, ହରିଚନ୍ଦ୍ର ବଡ଼ ନାୟକ, ବାଲେଶ୍ଵ ମାଝୀଆ ସେଟ, ନାରାୟଣ ସାନସେଟ, ଦିଲୀପ ବସ୍ତି ରାୟ, ବାବୁଲା ବଡ଼ ନାୟକ ଇକୁଡୁ ଦେଶୀ ନାୟକ, ନକୁଳ ସାନସେଟ, ସୁରଜ ବଡ଼ ନାୟକ, ରାହୁଲ ଉଠାଣ ସିଂ, କନେଇ ପାରାସେଟାମଲ ପ୍ରମୁଖ ଅଭିଯୋଗ କରିଛନ୍ତି।