
କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ୨୦ ନମ୍ବର ଜାତୀୟ ରାଜପଥ ଏବେ ଯେଭଳି ପାଲଟିଛି ଆକ୍ସିଡେନ୍ଟ ଲାଇନ । ଆଉ ଆଜି ଶିବାର ଦିନ ଏହି ୨୦ ନମ୍ବର ଜାତୀୟ ରାଜପଥର ଅଚିନ୍ତାମଠ ନିକଟରେ ଘଟିଛି ସିରିଜ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପଛକୁ ପଛ ପିଟି ହୋଇଥିଲା ୩ ଟି ଲୁହା ପଥର ବୋଝେଇ ଟ୍ରକ । ଶେଷ ଟ୍ରକ ର ଷ୍ଟିଅରିଂ ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର । ଏବଂ ଅନ୍ୟ ଜଣେ ଗୁରୁତର ଡ୍ରାଇଭର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଡ୍ରାଇଭର ଙ୍କୁ ଉଦ୍ଧାର ପାଇଁ ଅଗ୍ନୀଶମ ବିଭାଗ ଓ ଓଡ୍ରାଫଟ୍ ଟିମ କୁ ଦୀର୍ଘ ୨ ଘନ୍ଟାରୁ ଉର୍ଦ୍ଧ ସମୟ ଉଦ୍ୟମ କରିବାକୁ ପଡିଥିଲା । ଆଜି ଶନିବାର ସକାଳେ ଦୁଇଟି ଆଇରନ ବୋଝେଇ ଟ୍ରକ ପଛକୁ ପଛ ଏହି ୨୦ ନମ୍ବର ଜାତୀୟ ରାଜପଥର ସିଦ୍ଧମଠ ନିକଟସ୍ଥ ଅଚିନ୍ତାମଠ ନିକଟରେ ଠିଆ ହୋଇଥିବା ସମୟରେ ପ୍ରାୟ ୬.୩୦ ମିନଟ ସମୟରେ ପଛପଟୁ ଆସୁଥିବା ଆଉ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା ଫଳରେ ତିନୋଟି ଯାକ ଟ୍ରକ ପଛକୁ ପଛ ପିଟି ହୋଇଯାଇଥିଲେ । ଏହି ଧକ୍କା ଫଳରେ ପ୍ରଥମ ଗାଡିର ଡ୍ରାଇଭର ଗୁରୁତର ଆହତ ହୋଇଥବା ବେଳେ ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଏବଂ ଶେଷ ଟ୍ରକ ଟିର ଡ୍ରାଇଭର ଷ୍ଟିଅରିଂ ରେ ଚାପି ହୋଇ ରହିଯାଇଥିଲେ । ଷ୍ଟିଅରିଂ ରେ ଚାପି ହୋଇ ଡ୍ରାଇଭର ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଓ ଆଗ୍ନୀଶମ ବିଭାଗ ର କର୍ମଚାରୀ ମାନେ ଦୀର୍ଘ ୨ ଘନ୍ଟା ରୁ ଉର୍ଦ୍ଧ ସମୟର ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ଡ୍ରାଇଭର ବାସୁଦେବ ବେହେରା ଙ୍କ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ମୃତ୍ୟୁ ହୋଇଛି । ତାଙ୍କର ଘର ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖରପୁର ଅଞ୍ଝଳରେ ବୋଲି ଜଣା ପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO