ରାଜୌରୀ– ଜମ୍ମୁକଶ୍ମୀରର ରାଜୌରୀ ଥାନା ମଣ୍ଡି ଅଞ୍ଚଳରେ ସନ୍ଦିଗ୍ଧ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଯବାନମାନେ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି । ସୂଚନାନୁସାରେ ରବିବାର ବିଳମ୍ବିତ ରାତିରେ ଥାନା ମଣ୍ଡି ପୋଲିସ ଷ୍ଟେସନ ଅନ୍ତର୍ଗତ ମନିୟାଲ ରାସ୍ତାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷାବାହିନୀର ଯବାନମାନେ ମିଳିତ ଭାବରେ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହା ସୋମବାର ପର୍ଯ୍ୟନ୍ତ ଜାରି ରହିଛି ।
Related Stories
November 21, 2024