ଭବାନୀପାଟଣା– କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଛତିକୁଡା ଠାରୁ ନର୍ଲାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବୁରାଟ୍ ନିକଟରେ ରାସ୍ତାରେ ଖାଲଖମା ହୋଇ ଏକ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିଲା । ଏନେଇ ଖବର ପ୍ରକାଶ ପାଇବା ପରେ ଏହି ଖାଲଖମାକୁ ପୂର୍ତ ବିଭାଗ ପକ୍ଷରୁ ମରାମତି କରାଯାଉଛି । ତେବେ ବର୍ଷା ଯୋଗୁଁ ଏହି ରାସ୍ତା ମରାମତି କାର୍ଯ୍ୟ ଅତ୍ୟନ୍ତ ଧିମା ଗତିରେ ଚାଲିଥିବା ଜଣାପଡିଛି । ରାସ୍ତା ମରାମତି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ନିମନ୍ତେ ଆଖପାଖ ଅଂଚଳର ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।
Related Stories
October 6, 2024
October 6, 2024