ସୁନ୍ଦରଗଡ଼– ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୧୨ ଘଂଟାରୁ ଉର୍ଦ୍ଧ୍ବ ସମୟ ଧରି ଶବ ରଖି ରାସ୍ତାରୋକ କରିଛନ୍ତି ଉତ୍ୟେକ୍ତ ଲୋକେ ।
ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ଥାନା ଅନ୍ତର୍ଗତ ଚମ୍ପାପଡ଼ା ରାସ୍ତାରେ ଗତକାଲି ଏହି ଦୁର୍ଘଟଣା ଘଟିଥିଲା । ଏକ ସିମେଂଟ ମିକ୍ସର ଗାଡି ଧକ୍କାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ଘଟଣାର ପ୍ରତିବାଦ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ ଜାରି ରହିଛି ।