ଓଡିଆ, ପ୍ରତିବର୍ଷ ସେପ୍ଟେମ୍ବର ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ପାଳନ କରାଯାଏ ଏବଂ ଜିଲ୍ଲାର ସମସ୍ତ ସ୍ଥାନରେ ଯେପରି କୌଣସି ମା କିମ୍ବା ଶିଶୁ କୁ-ପୋଷଣର ଶିକାର ନ ହୁଅନ୍ତୁ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଶିଶୁଟି ର ଉତ୍ତମ ପୋଷଣ – ସୁସ୍ଥ ଜୀବନ ପ୍ରସଙ୍ଗକୁ ଭିତ୍ତି କରି ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତି, ଶିଶୁକୁ କେମିତି ଉପଯୁକ୍ତ ଭାବେ ପରିପୋଷଣ କରି ଦେଶ ପାଇଁ ଗୋଟେ ସୁସ୍ଥ ସବଳ ନାଗରିକଟିଏ କରିବା ସେ ବିଷୟରେ ନିଜ ଅଭିଭାଷଣରେ କହିଥିଲେ। ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ରକ୍ତହୀନତା ବିଷୟରେ ସଚେତନ ହେବା, ଏହାର ପରୀକ୍ଷା, ଚିକିତ୍ସା ବିଷୟରେ ଆଲୋଚନା କରିବା, ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଯତ୍ନବାନ୍ ହେବା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ସମ୍ପୃକ୍ତ ବିଭାଗ, ଆଶା ଓ ଅଙ୍ଗନବାଡି କର୍ମୀ ମାନେ ନିଜର ଦାୟିତ୍ୱ ପ୍ରତି ଯଥେଷ୍ଟ ଯତ୍ନବାନ ହେବାପାଇଁ ଓ ଶିଶୁର ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖୁଆଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ, ଜିଲ୍ଲାର ସମସ୍ତ ସିଡିପିଓ, ଅଙ୍ଗନବାଡି କର୍ମୀଙ୍କ ସମତେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ସାଧାରଣ ସଭାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ରେଣୁବାଳା ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, କାର୍ଯକ୍ରମ ପରିଚାଳନା କରିଥିଲେ ବିଚିତ୍ରାନନ୍ଦ ଆଚାର୍ଯ୍ୟ, ଡିପିଏମ୍-ଏନ୍ଓପି ଅଭିଳାଷ ରଥ, ଡିପି-ପୋଷଣ, ଦୟାକର ବାରିକ, ଡିପିସି-ମମତା ଓ ପ୍ରୋଗ୍ରାମ୍ ଅଧିକାରୀ, ସମ୍ବଲପୁର। ଏହି ଅବସରରେ ଜିଲ୍ଲାପାଳ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପୋଷଣ ମାହ ୨୦୨୪ ସମ୍ପର୍କରେ ଜିଲ୍ଲାପାଳ ପରିସରରୁ ତପସ୍ଵିନୀ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା।
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୭ ତାରିଖ ଦିନ ତପସ୍ଵିନୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ରେଣୁବାଳା ନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଜୟଶ୍ରୀ ଡୋରା, ଦୂରଦର୍ଶନ ଫିଲ୍ଡ ପବ୍ଲିସିଟି ଅଫିସର ମନମୋହନ ପାଢୀ, ଅବସରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଝୁନୁ ସ୍ଵାଇଁ, ଅନୁରାଧା ମହାନ୍ତି, ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।