ଭୁବନେଶ୍ୱର– ଓଡିଶା ନର୍ସିଂ କର୍ମଚାରୀ ସଂଘଙ୍କ ଆନ୍ଦୋଳନ ଜାରି ରହିଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ନର୍ସ ମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ହୋଇ ପଡିଛି ଏମରଜେନ୍ସି ସେବା। ୧୦ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି। ୨୫ ତାରିଖରୁ ଆରମ୍ଭ ହୋଇଛି ଆନ୍ଦୋଳନ। ସରକାରଙ୍କୁ ଏ ବାବଦରେ ଜଣାଇଥିଲେ। କିନ୍ତୁ ସରକାର ନ ଶୁଣିବାରୁ ଅଟଳ ହୋଇ ରହିଛନ୍ତି ନର୍ସ। ଏବେ ଓଡିଶା ସାରା ସବୁ ହସ୍ପିଟାଲରେ ବନ୍ଦ ପଡିଛି କାମ। ଆଉଟ ସୋରସିଂ ଉଚ୍ଛେଦ , କମ୍ପେନସେଟୋରି ଲିଭ ଦିଆଯାଉ, ୨୦୧୩ ପୂର୍ବରୁ ଚୁକ୍ତିଭିତିକ ଭାବେ କାମ କରିଥିବା ନର୍ସିଂ ଅବଧିକୁ ମୂଳ ଚାକିରୀରେ ମିଶେଇବାକୁ ଦାବି ମଧ୍ୟ ରହିଛି।
Related Stories
November 21, 2024
November 21, 2024