ଭୁବନେଶ୍ୱର- ବିପିୟୁଟିର ୩ ଦିନିଆ ଅଧ୍ୟାପକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି । ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ଶିଳ୍ପ ଓ ବୈଷୟିକ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ବିପିୟୁଟିଅନୁମୋଦିତ ଥିବା ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଆଗାମୀ ଦିନରେ ବିପିୟୁଟିର ଶିକ୍ଷା ପଦ୍ଧତି, ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଓ ବୈଷୟକ ଶିକ୍ଷାର ଉନ୍ନତି ସହ ନୁଆ ଶିକ୍ଷାନୀତି ଓ ଉଦ୍ୟୋଗୀ ସୃଷ୍ଟି ହେବା ଦିଗରେ କିଭଳି ବିପିୟୁଟିର ବଡ଼ ଭୂମିକା ରହିବ ଏ ନେଇ ଆଲୋଚନା ହୋଇଛି।
Related Stories
November 21, 2024
November 21, 2024