ଭୁବନେଶ୍ୱର– ଆଉଟସୋର୍ସିଂ କର୍ମଚାରୀଙ୍କୁ ନେଇ ଚାଲିଛି କ୍ୟାପିଟାଲ ହସ୍ପିଟାଲରେ ସେବା । ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି । ଗୋଟିଏ ପଟେ ଓଡିଶା ନର୍ସିଂ କର୍ମଚାରୀ ସଂଘଙ୍କ ଆନ୍ଦୋଳନ ଜାରି ରହିଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ନର୍ସ ମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ଅନ୍ୟପଟେ 50ଜଣ ଆଉଟ ସୋର୍ସିଂ କର୍ମଚାରୀଙ୍କୁ ନେଇ ୱାର୍ଡ ଡ୍ୟୁଟି ଓ ଏମରଜେନ୍ସି ସେବା ଚାଲିଛି । କୌଣସି ସେବାରେ ବ୍ୟାହତ ହୋଇନାହିଁ। ଯେଉଁମାନେ ନର୍ସିଂ ଛାତ୍ର ଛାତ୍ରୀ ଅଛନ୍ତି ସେମାନଙ୍କୁ ନେଇ କାମ ଚାଲିଛି। କୌଣସି ଅସୁବିଧା ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଦିଲୀପ ପଣ୍ଡା।
Related Stories
November 21, 2024
November 21, 2024