ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କଟକ ଜିଲ୍ଲାର କଂଟାପଡାରେ ସର୍ବାଧିକ ୧୧୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଟକ ଜିଲ୍ଲାର ବାଙ୍କୀରେ ୧୦୫.୦ ମି.ମି., ପୁରୀ ଜିଲ୍ଲାର ପିପିଲିରେ ୧୦୫.୦ ମି.ମି., ବରଗଡ଼ ଜିଲ୍ଲାର ପଦ୍ମପୁରରେ ୧୦୨.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା (ପିଟିଓ)ରେ ୮୫.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୮୦.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ୭୫.୦ ମି.ମି., ପୁରୀ ଜିଲ୍ଲାର ଗୋପରେ ୭୪.୦ ମି.ମି., ସତ୍ୟବାଦୀରେ ୭୨.୦ ମି.ମି., କଟକ ଜିଲ୍ଲାର ନିଆଳିରେ ୬୮.୦ ମି.ମି., ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ୬୭.୦ ମି.ମି., କେନ୍ଦୁଝର ଜିଲ୍ଲାର ଘଷିପୁରାରେ ୬୩.୨ ମି.ମି., ଯାଜପୁର ଜିଲ୍ଲାର ଜେନାପୁରରେ ୬୧.୨ ମି.ମି. ଏବଂ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ରେ ୫୯.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
October 9, 2024
October 9, 2024