-
ସ୍ଵାଭାବିକ୍ ବର୍ଷା ତୁଳନାରେ ୪ ପ୍ରତିଶତ କମ୍ : ୨ ଜିଲ୍ଲାରେ ଅତ୍ୟଧିକ, ୨୪ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼, ୪ ଜିଲ୍ଲା ନିଅଂଟିଆ କାଟାଗୋରୀରେ
ଭୁବନେଶ୍ଵର– ଚଳିତ ମୌସୁମୀ ଋତୁ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୦୮୬.୪ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୪ ପ୍ରତିଶତ କମ୍ ରହିଛି ।
ଏହି ସମୟରେ ୨ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ଼ ହୋଇଛି । ୨୪ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଥିବା ବେଳେ ଅନ୍ୟ ୪ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।