
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପୁଣେ ଗସ୍ତ କରୁଛନ୍ତି । ଏହି ଅବସରରେ ପିଏମ ମୋଦି ସୁପର କମ୍ପ୍ୟୁଟିଂ ଟେକ୍ନୋଲୋଜି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରତିବଦ୍ଧତା ଅନୁରୂପ ରାଷ୍ଟ୍ରୀୟ ସୁପରକମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଦେଶରେ ବିକଶିତ ପ୍ରାୟ 130 କୋଟି ଟଙ୍କାର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟର ଦେଶକୁ ସମର୍ପଣ କରିବେ ।