ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି 6ବର୍ଷ ପୂରଣ ହୋଇଛି । ଆଜି ଏହାର 6 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, କୌଣସି ବି ରାଷ୍ଟ୍ରର ସ୍ୱାସ୍ଥ୍ୟ ଏହାର ସମୃଦ୍ଧିର ମୁଳଦୁଆ ଅଟେ । ସୁସ୍ଥ ଜନତା ଦେଶର ବିକାଶ, ଉତ୍ପାଦକତା ଓ ନବାଚାରରେ ଯୋଗଦାନ କରିବାରେ ସକ୍ଷମ ହୋଇଥାଏ । ଆୟୁଷ୍ମାନ ଭାରତ ଏହି ସୁସ୍ଥ, ମଜବୁତ ଓ ବିକଶିତ ଭାରତର ସଂକଳ୍ପନାର କେନ୍ଦ୍ର ଅଟେ । ସେ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱାକାଂକ୍ଷୀ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଷଷ୍ଠ ବର୍ଷପୂର୍ତ୍ତି ଗର୍ବର ମୁହୁର୍ତ୍ତ ଅଟେ । 2008 ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନା ଆଜି ବିଶ୍ୱର ସବୁଠୁ ବଡ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରୁ ଗୋଟିଏ ଅଟେ । ଜେପି ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଗତିଶୀଳ ଓ ଦୂରଦର୍ଶୀ ନେତୃତ୍ୱ ଅନ୍ତର୍ଗତ ଭାରତ ନିକଟରେ ବିଶ୍ୱର ସବୁଠୁ ବଡ ସରକାରୀ ଆର୍ଥିକ ପୋଷିତ ସ୍ୱାସ୍ଥ୍ୟ ଆଶ୍ୱାସନା ଯୋଜନା-ଆୟୁଷ୍ମାନ ଭାରତ ଯୋଜନା ଅଟେ । ଏହା ସମସ୍ତ ନାଗରିକ, ବିଶେଷ କରି ସବୁଠୁ କମଜୋର ଲୋକଙ୍କ ପାଇଁ ସମାନ ସ୍ୱାସ୍ଥ୍ୟ ଦେଖାଶୁଣା ପ୍ରଦାନ କରିବା ପାଇଁ ଏହି ସରକାରର ପ୍ରତିବଦ୍ଧତାର ପ୍ରତିନିଧିତ୍ୱ କରିଥାଏ ।
Related Stories
November 21, 2024