ଜୟପୁର- କୋରାପୁଟ ଜିଲାରେ ପଲସ ପୋଲିଓ ଓ ସ୍ୱତନ୍ତ୍ର ଟୀକାକରଣ ନିମନ୍ତେ ଜିଲା ପ୍ରଶାସନ ପ୍ରସ୍ତୁତ ହୋଇଛି । ଆସନ୍ତା କାଲି ଠାରୁ ଅର୍ଥାତ ୧୯ ତାରିଖରୁ ୨୧ ତାରିଖ ଯାଏ ଗୋଟିଏ ପର୍ଯ୍ୟାୟରେ ଜିଲାର ଜନ୍ମରୁ ୫ ବର୍ଷର ଶିଶୁ ମାନଙ୍କୁ ପଲସ୍ ପୋଲିଓ ବୁନ୍ଦା ଦିଆଯିବା ନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଚଳିତ ଥର ଜିଲ୍ଲାରେ ୧ ଲକ୍ଷ ୭୧ ହଜାର ୩୪୦ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ଲକ୍ଷ୍ୟ ରଖାଯାଇଛି । ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ଦ୍ୱାରା ଶତ ପ୍ରତିଶତ କରିବା ପାଇଁ ଲକ୍ଷ୍ୟ ରଖିଛି । ଜିଲାରେ ୧ ଲକ୍ଷ ୭୧ ହଜାର ୩୪୦ ଶିଶୁଙ୍କୁ ପଲସ୍ ବୁନ୍ଦା ପ୍ରଦାନ ନେଇ ଜିଲାର ୧୪ଟି ବ୍ଲକରେ ୧୫ ଶହ ବୁଥ୍ କରାଯାଇଛି । ଜିଲାର ନାରାୟଣପାଟଣା, ବନ୍ଧୁ ଗାଁ, ପଟାଙ୍ଗି, ଲମତାପୁଟ, ବୈପାରିଗୁଡା ଭଳି ଉପାନ୍ତ ଅଂଚଳରେ ପୋଲିଓ ବୁନ୍ଦା ଦେବା ନେଇ ଅଧିକ ଗୁରୁତ୍ୱ ଦେଇଛି ବିଭାଗ । ଜିଲାର ୧୫ ଶହଟି ବୁଥ ନିମନ୍ତେ ୩୧ ଶହ କର୍ମଚାରି ନିୟୋଜିତ ହେବେ । ଜିଲାରେ ୨୨ଟି ଟ୍ରାଞ୍ଜିଟ୍ ପଏଂଟ ରହିଥିବା ବେଳେ ୪୪ ଜଣ ଭାକସିନେଟର ଓ ୧୭ଟି ମୋବାଇଲ ଟିମ୍ ନିମନ୍ତେ ୩୪ ଜଣ ଭାକସିନେଟର ନିୟୋଜିତ ହୋଇଛନ୍ତି । ବସଷ୍ଟାଣ୍ଡ, ରେଳଷ୍ଟେସନ ଭଳି ୨୨ଟି ଟ୍ରାଞ୍ଜିଟ୍ ପଏଂଟରେ ପୋଲିଓ ବୁନ୍ଦା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।
Related Stories
November 24, 2024
November 24, 2024