
ଶିମଳା-ହିମାଚଳ ପ୍ରଦେଶର ରାଜଧାନୀ ଶିମଳା ଏବଂ ଅନ୍ୟ ସହରରେ ରବିବାର ପାଗ ଅନୁକୁଳ ରହିଛି।ସମତଳ ଭାଗରେ ଗତ ତିନି ଦିନ ଧରି ବର୍ଷା ନ ହେବାରୁ ଉତ୍ତାପ ବୃଦ୍ଧି ହୋଇଛି ଏବଂ ତାପମାତ୍ରା ବୃଦ୍ଧି 35 ଡିଗ୍ରୀ ସେଲସିୟସରେ ପହଁଞ୍ଚିଛି। ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ ଆଗାମୀ ଦୁଇ ଦିନ ମଧ୍ୟ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। 24 ସେପ୍ଟେମ୍ବର ରାତିରୁ ମୌସୁମୀ ସକ୍ରିୟ ହେତୁ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଭୁସ୍ଗଳନ ହେତୁ 29 ଟି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ପାଣିପାଗ ବିଭାଗ କେନ୍ଦ୍ର ଶିମଳାରେ 25 ଏବଂ 26 ସେପ୍ଟେମ୍ବରରେ ବର୍ଷା ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ସମତଳ ଏବଂ ମଧ୍ୟପାର୍ବତ୍ୟାଞ୍ଚଳରେ ବଜ୍ରପାତ ହେବା ନେଇ ୟେଲୋ ଆର୍ଲଟ ଜାରି କରାଯାଇଛି। ଲାହୌଲ- ସ୍ପୀତି ଏବଂ କିନ୍ନୋର ବ୍ୟତୀତ ବାକି 10 ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। 27 ଏବଂ 28 ସେପ୍ଟେମ୍ବରରେ ମଧ୍ୟ ପାଗ ଖରାପ ରହିବ।