ଅଯୋଧ୍ୟା– ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଏବଂ ବିଶ୍ୱହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଉପାଧ୍ୟକ୍ଷ ଚମ୍ପତ ରାୟ ରବିବାର କହିଛନ୍ତି ଯେ, ହିନ୍ଦୁ ଜୀବନମୂଲ୍ୟ ଶ୍ରେଷ୍ଠ ଅଟେ କିନ୍ତୁ ବ୍ୟବହାରରେ ଅନ୍ତର ଆସିଛି । ବିଶ୍ୱ ହିନ୍ଦୁ ପରିଷଦ ଭେଦଭାବ ଓ ଛୁଆଁଛୁଁତିକୁ ସମାପ୍ତ କରିବା ପାଇଁ ଗତ 60 ବର୍ଷ ଧରି କାମ କରୁଛି । ସେ କହିଛନ୍ତି ଯେ, ସମାଜରୁ ଅସ୍ପୃଶ୍ୟତା ରୂପକ ରୋଗକୁ ଦୂର କରିବା ଦ୍ୱାର ହିଁ ହିନ୍ଦୁ ସମାଜ ସମାନ ଓ ସମର୍ଥ ଭାରତ ଗଠନ ହେବ । ଚମ୍ପତ ରାୟ କାରସେବକପୁରମରେ ରବିବାର ବିହିପିର ଦୁଇ ଦିବସୀୟ କାର୍ଯ୍ୟକର୍ତ୍ତା ଅଭ୍ୟାସ ବର୍ଗକୁ ସଂବୋଧିତ କରି ଛୁଆଁଛୁତିକୁ 56 ପୀଢିର ରୋଗ ବୋଲି କହିଛନ୍ତି । ଏହା ଆମ ସମାଜରେ 1400 ବର୍ଷରୁ ରହିଛି । ଅସ୍ପୃଶ୍ୟତା ହିନ୍ଦୁ ସମାଜର କ୍ରୋନିକ ରୋଗ ଭଳି ଅଟେ ।ଯାହା ଧୀରେ ଧୀରେ ଆରମ୍ଭ ହୋଇଥାଏ ଏବଂ ଦୀର୍ଘ ସମୟ ଯାଏ ରହିଥାଏ । ପ୍ରତିଦିନ ଔଷଧ ଖାଇଲେ ରୋଗ ଦୂର ହୋଇଥାଏ । ଏଥିପାଇଁ ଆମେ ବି ଅସ୍ପୃଶ୍ୟତା ରୂପକ ରୋଗକୁ ଦୂର କରିବା ପାଇଁ ଉଦ୍ୟମ କରିବା ଉଚିତ ।
Related Stories
November 21, 2024