-
ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର
-
ସଂଚାର ଶିଳ୍ପୀ ଅଲେଖ ସାହୁଙ୍କୁ ଜୁହାର ସମ୍ମାନ
ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଜୁହାର ପରିବାରର ଦୁଇ ଦିନିଆ ରୌପ୍ୟ ଜୟନ୍ତୀ ନୂଆଁଖାଇ ପରବ୍ ଆଜି ଜବାହାରଲାଲ ନେହେରୁ ଷ୍ଟାଡିୟମ୍ର ପ୍ରେକ୍ଷାଳୟଠାରେ ଆରମ୍ଭ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ
ଯୋଗଦେଇ ପ୍ରଖ୍ୟାତ ସଂଚାର ଶିଳ୍ପୀ ଅଲେଖ ସାହୁଙ୍କୁ ଜୁହାର ସମ୍ମାନ ପ୍ରଦାନ କରିଥିଲେ। ଏଥିସହ ଲୋକନାଟ୍ୟ ଶିଳ୍ପୀ ଭୁବନ ଭୋଇଙ୍କୁ ଜୁହାର ଅଟଳ ସମ୍ମାନ ପ୍ରଦାନ କରିଥିଲେ I ଏହାପରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁହାର ପରିବାରର ସ୍ମରଣିକା “ଜୁହାର ସୁରତା” ଉନ୍ମୋଚନ କରିଥିଲେ I
ନିଜର ଅଭିଭାଷଣରେ ଶ୍ରୀ ପ୍ରଧାନ ନୂଆଁଖାଇ ପରବ ଓ ଜୁହାର ପରିବାର, ଦିଲ୍ଲୀ ପରସ୍ପର ପରିପୂରକ ବୋଲି କହିଥିଲେ I ମା’ ସମଲେଇଙ୍କ ମାଟି ସମ୍ବଲପୁରରୁ ଲୋକସଭାକୁ ନିର୍ବାଚିତ ହେବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସେ ମତ ପ୍ରକାଶ କରିଥିଲେ I
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ର ମା ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ନିଜର ଅଭିଭାଷଣରେ ଡ଼. ମିଶ୍ର ନୂଆଁଖାଇ ଜୁହାର ଜଣାଇବା ସହ ସମସ୍ତ ଅତିଥିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଦେଶର ସାଂସ୍କୃତିକ ବିଭବକୁ ସଂରକ୍ଷିତ କରିବା ସହ ବିଶ୍ୱସ୍ତରରେ ଯେପରି ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ପ୍ରଚାର ଓ ପ୍ରସାର ହୋଇପାରିବ ସେ ସମ୍ବନ୍ଧରେ ମତପ୍ରକଶ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମହାନିର୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ସତ୍ୟ ନାରାୟଣ ସାବତ,କେରଳ ଅଗ୍ନିଶମ ସେବା ମହାନିର୍ଦେଶକ ଶ୍ରୀ ସଂଜୀବ ପାଟଜୋଷୀ, ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ପ୍ରେସ ସଚିବ ଶ୍ରୀ ବିଜୟ ନାୟକ, ଦିଲ୍ଲୀ ସ୍ଥିତ ଓଡିଶାର ଆବାସିକ କମିଶନର ଶ୍ରୀ ବିଶାଲ ଗଗନ, ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଭାରତୀୟ ଜୀବନ ବୀମା ନିଗମ ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ମହାନ୍ତି, ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ ନିର୍ଦ୍ଦେଶକ ଶ୍ରୀ ଅଜିତ ଶାସନୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ଭବାନୀ ଦୀକ୍ଷିତ ଓ ବରିଷ୍ଠ ଅଧିବକ୍ତା ଶ୍ରୀ ଶରତ ନନ୍ଦ ଓ ଶ୍ରୀ ଅଶୋକ ପଣ୍ଡା ଆଦି ଯୋଗ ଦେଇଥିଲେ।
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଭେନେଜୁଏଲାର ରାଜଦୂତ କାପାୟା ରୋଡ୍ରିଗଜ୍ ଗୋଞ୍ଜାଲେଜ୍ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ I
ଆଜିର କାର୍ଯ୍ୟକ୍ରମରେ ଜୁହାର ପରିବାର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଲୋକପ୍ରିୟ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ, ଶାଶ୍ୱତ ତ୍ରିପାଠୀ, ତୁଲାରାମ କଲେତ, ସୌଭାଗ୍ୟଲକ୍ଷ୍ମୀ ଦାଶ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଥିଲେ I ପ୍ରତିଭା ଭବାନୀପାଟଣା ଶିଙ୍ଗାରୀ, ଘୁମୁରା ଓ ବଜାସାଲ, ସମ୍ବଲପୁର ଟ୍ରାଇବାଲ ଫୋକ୍ ଆର୍ଟ ସେଣ୍ଟରର ନୃତ୍ୟଶିଳ୍ପୀ ମାନେ ସମ୍ବଲପୁରୀ ଓ ଡାଲଖାଇ ନୃତ୍ୟ ପରିବେଷଣ କରିଥିଲେ I ଯୋଗେଶ ଜୋଜୋ ହାସ୍ୟରସ ଓ ବଲାଙ୍ଗୀର କୁସଙ୍ଗର ଜ୍ୟୋତି ଦୁଲଦୁଲି ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମ ଆୟୋଜନରେ ରଞ୍ଜନ ପ୍ରଧାନ, ମାନସ ମିଶ୍ର, କୁନ୍ତଳା ଭୋଇ, ବିଜୟାନନ୍ଦ ନାଏକ, ଦିଲୀପ ବେହେରା, ଅନୁପମ ମିଶ୍ର, ବିଜୟ ତ୍ରିପାଠୀ, ବାସୁଦେବ ତ୍ରିପାଠୀ, ଦେବାଶିଷ ମାଝୀ, ପିନାକୀ ପ୍ରସାଦ ରଥ, ବିବେକ ପାତ୍ର, ଦେବଦତ୍ତ ଦାଶ, ସୁନୀଲ ପଟେଲ, ଜଗଦୀଶ ପଟେଲ, ବଦ୍ରି ନାରାୟଣ ମିଶ୍ର, ଚଦ୍ରଶେଖର ପାଢ଼ୀ, କୈଳାଶ ନାଏକ, ଅଜିତ ଦାଶ, ତାପସ ଷଡ଼ଙ୍ଗୀ, ଶ୍ରୀକାନ୍ତ ମିଶ୍ର, ମାନସ ମହାନ୍ତି, ଅରକ୍ଷିତ ଶାସ୍ତ୍ରୀ, ସତ୍ୟ ପ୍ରଧାନ, ଆକାଶ ପାଣିଗ୍ରାହୀ, ସୁଜିତ ପଟେଲ, ଦୀନେଶ ନାୟକ, ମନୋଜ ପ୍ରଧାନ, ମାନସ ସାହୁ, ସୁଧୀର ସାହୁ, ପଞ୍ଚାନନ ପ୍ରଧାନ, କେଶବ ତାମୁକା, ରାଜୀବ ଦଣ୍ଡସେନା, ମନୋଜ ସାହୁ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ I