କେନ୍ଦୁଝର- ତିନି ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହି ଅବସରରେ ଶ୍ରୀ ମାଝି ଆଜି ସକାଳେ କେନ୍ଦୁଝର ଷ୍ଟାଡ଼ିୟମ୍ ରେ ପହଂଚି ସାଧାରଣ ଜନତାଙ୍କ ସହିତ କଥା ହୋଇଛନ୍ତି । ସେମାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଛନ୍ତି । ଏବଂ ସେମାନଙ୍କର ମତାମତ ନେଇଛନ୍ତି । ଏଥିସହ ସେଠାରେ ଆୟୋଜିତ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, କେନ୍ଦୁଝରରେ ଯେଉଁ ଷ୍ଟାଡ଼ିୟମ୍ ରହିଛି ତାହାକୁ ଜାତୀୟ ସ୍ତରର ତଥା ବଡ ଷ୍ଟାଡ଼ିୟମ କରିବାକୁ ଯୋଜନା ରହିଛି । ଏହି ଷ୍ଟାଡ଼ିୟମ୍ ର ନବୀକରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ । ଦେବୋତର ବିଭାଗ ଅଧିନରେ କିଛି ସମ୍ପତି ବା ଜମି ରହିଛି ତାହା ସ୍ଥାନାନ୍ତରିତ ହୋଇସାରିବା ପରେ ବିଭିନ୍ନ ବିଭାଗ ସହିତ କଥା ହୋଇ ଷ୍ଟାଡ଼ିୟମ୍ ର ନବୀକରଣ କାର୍ଯ୍ୟ ଆରମ୍ଭ ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେବା ପରେ ସେ ଦ୍ଵିତୀୟ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ।