ଭୁବନେଶ୍ୱର/ପୁରୀ– ଆଜିଠୁ ପୁଣି ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ । ଗୁପ୍ତ ସୁଡ଼ଙ୍ଗର ସନ୍ଧାନ କରିବ ଏଏସଆଇଟିମ୍ । ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆସିବା ପରେ ହେବ ମରାମତି ଓ ଗଣତି କରାଯିବ ।
୨୧ରୁ ୩ ଦିନ ଧରି ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ । ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ । ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଏଏସଆଇପକ୍ଷରୁ ସର୍ଭେ କରାଯିବ । ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୪ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ଏଏସଆଇମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ । ଏହି ସମୟରେ ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ।ତେଣୁ ତୁରନ୍ତ ସର୍ଭେ ସାରିବାକୁ ଚିଠି ଲେଖିଛଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।