
ପଟ୍ଟାମୁଣ୍ଡାଇ:ପଟ୍ଟାମୁଣ୍ଡାଇ ତାଲୁକ ଆଇନି ସେବା ସମିତି ତରଫରୁ ସାଇବର ଠକେଇ ର ଶିକାର ହୋଇ ଲୋକମାନେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଓ ତାହାର ସମାଧାନ କିପରି କରାଯାଇ ପାରିବ, ଏହି ବିଷୟରେ ସଚେତନତା ଶିବିର ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ଗୋବିନ୍ଦପୁର, ପଟ୍ଟାମୁଣ୍ଡାଇ ପରିସରରେ କରାଯାଇଅଛି ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା ସିନିଅର ସିଭିଲ ଜର୍ଜ ଶ୍ରୀମତୀ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦେଶ ରେ ଆୟୋଜିତ ଏହି କାଯ୍ୟକ୍ରମ ରେ ପଟ୍ଟାମୁଣ୍ଡାଇ ବାର ଆଶ୍ସୋସିଏସନ ର କୋଷାଧକ୍ଷ ତଥା ପାନେଲ ଲୟାର ଧୀରେନ୍ଦ୍ରନାଥ ସାହୁ ଙ୍କ ସଂଯୋଜନା ରେ ବରିଷ୍ଠ ଆଇନିଯିବି ଭବାନୀ ଶଙ୍କର ପଣ୍ଡା ଙ୍କ ସଭାପତିତ୍ବ ରେ ପଟ୍ଟାମୁଣ୍ଡାଇ ବାର ଆଶ୍ସୋସିଏସନ ର ଉପ ସଭାପତି ସୁରେଶ କୁମାର ନରେନ୍ଦ୍ର , ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ର ଲିଗାଲ ଏଡ଼ ର କର୍ମକର୍ତ୍ତା ମୋହନ ଦାଶ, ପି ଏଲ ଭି ସଭ୍ୟ ଧବଳେଶ୍ୱର ଖଣ୍ଡାଇ , ଶିକ୍ଷକ ଅନ୍ତରଜାମୀ ଦାସ ଓ ସମସ୍ତ ଶିକ୍ଷୟତ୍ରୀ, ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଭା ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ଓ ଶେଷରେ ଶିକ୍ଷକ ଉମେଶ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l