ଭୁବନେଶ୍ୱର– ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ । ବାଲେଶ୍ବରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଅଫିସ ସହ ବାସଭବନରେ ଚଢ଼ାଉ ଚାଲିଛି । ଏହି ରେଡରେ 11ଜଣ ଡିଏସପି, 7 ଇନସପେକ୍ଟର, 11 ଏଏସଆଇ ଓ ସହଯୋଗୀ ଷ୍ଟାଫ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସମେତ ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀର 11ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି ।
Related Stories
October 9, 2024
October 9, 2024