
ବାରିପଦା- ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆସନ୍ତା ଜାନୁଆରୀ ୨୦ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ତରୀୟ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ରେ ସାରା ଭାରତର ୨୨,୦୦୦ ହଜାର ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ ଓଡ଼ିଶାରୁ ୨୨ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ତନ୍ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସ୍ଵସ୍ତିକ ଦାସ ମହାପାତ୍ର ଚୟନ ହୋଇଛନ୍ତି । ସମସ୍ତ ଚୟନିତ ଛାତ୍ରଛାତ୍ରୀ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ସହଯୋଗରେ ଦିଲ୍ଲୀ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲ। ପୂର୍ବରୁ ଏସବୁ ପ୍ରଧାନମନ୍ତ୍ରୀଙ୍କ ପିଏମଓ ଅଫିସକୁ ପଠାଇ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ । ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଏବଂ ପ୍ରଶ୍ନ ପଚାରିବାର ମଉକା ମିଳିବ ।
ସ୍ଵସ୍ତିକ ଜଣେ ମେଧାବୀ ଛାତ୍ର ଏବଂ ସଂଗୀତ ପ୍ରତି ତାଙ୍କର ରୁଚି ରହିଛି । ତାଙ୍କର ବାପା ତିରିଂ ବ୍ଲକର ବଡଡାଳିମାର ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଦାସ ମହାପାତ୍ର ଏବଂ ମାତା ହିନ୍ଦୀ ଶିକ୍ଷୟତ୍ରୀ ଭାବେ ବେଶ୍ ପରିଚିତ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO