
ଶିମଳା- ହିମାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରେ ସେପ୍ଟେମ୍ବର ମାସରେ ଥଣ୍ଡାର ପ୍ରଭାବ ଆରମ୍ଭ ହୋଇଛି। ପର୍ଯ୍ୟଟନ ସ୍ଥଳୀ ଶିମଳା,ମନାଲୀ,ଏବଂ ଡଲ୍ହୌଜୀରେ ଶୀତ ଅନୁଭୁତ ହୋଇଛି ଏବଂ ଲୋକମାନେ ଗରମ ବସ୍ତ୍ର ବାହାର କରିଛନ୍ତି। ରାଜ୍ୟର ଉଚ୍ଚ ଶିଖରରେ ବରଫପାତ ହେତୁ ତାପମାତ୍ରାରେ ହ୍ରାସ ହେବାରୁ ଥଣ୍ଡା ବୃଦ୍ଧି ପାଇଛି। ରାଜଧାନୀ ଶିମଳାରେ ଗତ ତିନିଦିନ ଧରି ପାଗ ଥଣ୍ଡା ଅନୁଭୁତ ହୋଇଛି ଏବଂ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିଛି। ଜନଜାତୀୟ ଜିଲ୍ଲା କିନ୍ନୋର ଏବଂ ଲାହୋଲ-ସ୍ପିତି ବ୍ୟତୀତ ଚମ୍ବା ଏବଂ କୁଲ୍ଲୁର ପର୍ବତ ଶିଖର ଉପରେ ମଧ୍ୟ ବରଫପାତ ହୋଇଛି। ଶିମଳା ,ମଣ୍ଡୀ,ହମୀରପୁର,,ବିଳାସପୁର,ଚମ୍ବା,ଏବଂ କୁଲ୍ଲୁ ଜିଲ୍ଲାରେ ଗୁରୁବାର ସକାଳୁ ବର୍ଷା ହୋଇଛି। କିନ୍ନୋରରେ ବରଫପାତ ହେତୁ ସେଓ ସିଜନ ଉପରେ ପ୍ରଭାବ ପକାଇଥାଏ । ଏହି ବରଫପାତରେ କିନ୍ନୋରର ପର୍ଯ୍ୟଟନସ୍ଥଳୀ କଳ୍ପା,ଛିତକୁଳ,ସାଙ୍ଗଳା ଏବଂ ରେପାବେଳୀ ନାକେ ଆଦି ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି।