ବଲାଙ୍ଗିର– ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କନ୍ଧପାଲି ପଡ଼ା, ବଲାଙ୍ଗୀର ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର ଲରକି ପାଲି ର କଲ୍ୟାଣ ମଣ୍ଡପ ଠାରେ ଆଜି ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆଶା ,ମହିଳା ସ୍ବାସ୍ଥ୍ୟ କର୍ମୀ ଓ ମହିଳା ଆରୋଗ୍ୟ ସମିତି ର ସମସ୍ତ ସଦସ୍ୟ ମାନେ ମିଶି ସମସ୍ତ କର୍ମଚାରୀ ଙ୍କୁ ସ୍ଵାଗତ କରିଥିଲେ ଓ ସହଯୋଗ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିର ର ମୂଳ ଉଦ୍ଦେଶ୍ୟ ଅଣସଂକ୍ରମକ ରୋଗ ର ଚିହ୍ନଟ ସହ , ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା ।ଏହି ସ୍ବାସ୍ଥ୍ୟ ଶିବିର ରେ ୧୫୦ ରୁ ଉର୍ଦ୍ଧ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ବାସ୍ଥ୍ୟ ଶିବିରର ନିରୀକ୍ଷଣ ଡିପିଏଚଓ ଡାକ୍ତର ଦିବ୍ୟ କିଶୋର ପତି କରିଥିଲେ। ଏ ପି ଏମ ରାମାନୁଜ ପଣ୍ଡା, ୟୁ ଡି ଏମ ଅନିଲ ମହାକୁର ଯୋଗଦାନ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଏହି ଶିବିରର ତଦାରଖ କରିଥିଲେ ।
ଏହି ସ୍ବାସ୍ଥ୍ୟ ଶିବିର ରେ ଡାକ୍ତର ନନ୍ଦ କିଶୋର ପାଢି ଓ ଭୀମ ଭୋଇ ମେଡିକାଲ କଲେଜ୍ ର ଡାକ୍ତର ମାନଙ୍କ ସମେତ ଷ୍ଟାଫ ନର୍ସ ସନ୍ତୋଷିନି କରନ, ରାଧାକାନ୍ତ ନାଏକ, ଫାର୍ମାସିଷ୍ଟ ଶାନ୍ତନୁ କୁମାର ସାହୁ, ଲେଵ ଟେକନିଶିଆନ ପ୍ରମୋଦ ଥନପତି, ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି, ସଗୀର ମହମ୍ମଦ, ମାନସ ହୋତା, ଫିଜିଓ ଥେରପିଷ୍ଟ ସତ୍ୟବ୍ରତ ସାହୁ ଓ ନ୍ୟୁଟ୍ରି ସନିଷ୍ଟ ମଧୁମିତା ଲେଙ୍କା, ଶ୍ୱର୍ଜିତ୍ ଶତପଥୀ,ସୁଜ୍ଞାନ ବନ୍ତ ମିଶ୍ର ସହଯୋଗ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିର ରେ ଦାନ୍ତ ଓ ମୁଖ ବିଶେଷଜ୍ଞ ଡାକ୍ତର ଶ୍ରେୟାସ୍ ପାଣିଗ୍ରାହୀ ଦାନ୍ତ ଓ ମୁଖ ର ସ୍ବାସ୍ଥ୍ୟ ସେବା ଦେବା ସହ ଉପଯୁକ୍ତ ପରମର୍ଷ ଦେଇଥିଲେ। ଉକ୍ତ ସ୍ବାସ୍ଥ୍ୟ ଶିବିରର ଆୟୋଜନ ଓ ପରିଚାଳନାକୁ ଜାଗ୍ରତ ପାଣିଗ୍ରାହୀ ସୁନ୍ଦର ଭାବେ ପରିଚାଳନା କରିଥିଲେ।