ମାଲକାନଗିରି – ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ନୂଆଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁଣ୍ଠାୱାର୍ଡl, ଦୋରାଗୁଡା ଓ ନୂଆଗୁଡା ଗ୍ରାମ ପଞ୍ଚାୟତ ର ୫0ରୁ ଉର୍ଦ୍ଧ ଦିଶାରୀ ଓ ଗୁଣିଆ ମାନଙ୍କୁ ନେଇ ୟୁନିସେଫ ସହାୟତାରେ ମାଲକାନଗିରିର ପରିବର୍ତ୍ତନ ସ୍ବେଛାସେବୀ ଅନୁଷ୍ଠାନ ପରିଚାଳିତ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚିତ୍ରକୋଣ୍ଡା ବ୍ଲକ ସଂଯୋଜିକା ଶୁଭସ୍ମିତା ବେହେରା ନେତୃତ୍ୱରେ ଓ ସିଆରପି ଲଷ୍ମଣ ମୁଦୁଲିଙ୍କ ସହଯୋଗରେ ଏବଂ ଆରପି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ମୃଙ୍ଗାଙ୍କ ହାଲଦlର ଯୋଗ ଦେଇ ଦିଶାରୀ ଗୁଣିଆ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗାଯୋଗ ଉପକରଣ, ଯୋଗାଯୋଗ କୌଶଳ, ଆମ ଅଂଚଳର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯଥା-ରକ୍ତ ହୀନତା, ଅପପୃଷ୍ଟି ର ଶିକାର, ଡେଙ୍ଗୁ, ଡାଏରିଆ, ମେଲେରିଆ, ଗର୍ଭବତୀ ଓ ପ୍ରଶବ ପରବର୍ତ୍ତୀ ଯତ୍ନ, ନବଜାତ ଶିଶୁ ର ଯତ୍ନ, ବିଭିନ୍ନ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂରେଇ ସଠିକ୍ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବା, ଡାକ୍ତରଖାନାରେ ପ୍ରସବ କରିବା ପାଇଁ ମା ମାନଙ୍କୁ ବୁଝାଇବା, ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ପୁଷ୍ଟି ସାଧନ କେନ୍ଦ୍ରକୁ ପଠାଇବା ଉପରେ ଦିଶାରୀ ଓ ଗୁଣିଆ ତଥା ଧାଇ ମାନଙ୍କୁ ସଚେତନ କରାଇଥିଲେ ।
ଦିଶାରୀ ନାରାୟଣ ଖରା, ଶ୍ୟାମ ଦିଶାରୀ, ଶୁକ୍ରl ଅଡାରି, ସମରl ଆଲାଙ୍ଗ, ଲଷ୍ମଣ ଖିଲ, ଗୁରୁ ପୂଜାରୀ, ବିମଳା ଶୁକ୍ରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
November 24, 2024
November 24, 2024