ମାଲକାନଗିରି, ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଜିଲ୍ଲା ପ୍ରଶାସନ ଦ୍ୱାରା ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟ ଚାଲିଥିବା ବେଳେ ତାହା ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ସେହିପରି ସ୍ୱାସ୍ଥ୍ୟସେବା ମଧ୍ୟ ସମ୍ପୂର୍ଣ୍ଣ ଭୁଷୁଡି ପଡିଛି। ଏନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଆଜି ପ୍ରଥମେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ସହ ଭେଟି ଆଲୋଚନା କରିଛନ୍ତି।
ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀ ସଂଖ୍ୟା ଦୈନିକ ୨୦୦ ରୁ ୩୦୦ ହେଉଥିବା ବେଳେ ଡାକ୍ତର ଙ୍କ ସଂଖ୍ୟା କମ ରହିଛି। ସେହିପରି ଉଚିତ ପରିମାଣ ର ମେଡ଼ିସିନ ମଧ୍ୟ ସ୍ଥଗିତ ରହୁନଥିବା ବେଳେ ପାଥୋଲୋଜି ର ଆବଶ୍ୟକତା ରହିଥିବା ବିଧାୟକ ଶ୍ରୀ ଖିଲ ଜଣାଇଥିଲେ। ପରେ ଆର ଏଣ୍ଡ ବି ବିଭାଗ କୁ ଯାଇ ସେଠାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ ସହ ବାଲିମେଳା ସହର ର ମୁଖ୍ୟ ରାସ୍ତାର ପୁନଃ ମରାମତି, ନୂତନ ମେଡିକାଲ କୋଠା ନିର୍ମାଣ ରେ ବିଳମ୍ବ, ଅବକାରୀ ବିଭାଗ କୋଠା ନିର୍ମାଣ ରେ ବିଳମ୍ବ ହେଉଥିବା ଭଳି ବିଭିନ୍ନ ସମସ୍ୟା କୁ ସେ ବିଭାଗ କୁ ଅବଗତ କରାଇଥିଲେ। ପରେ ଆରଡି ବିଭାଗ କୁ ଯାଇ ସେଠାରେ ସହକାରୀ ଯନ୍ତ୍ରୀ ଙ୍କ ସହ ବାଲିମେଳା ରୁ ପୁରୁଣା ଚିତାପାରୀ ଦେଇ ପୋଟ୍ରେଲ ରାସ୍ତା ମରଣଯ ନ୍ତା ପାଲଟିଥିବା ବେଳେ ବହୁ ଲୋକ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ର ଶିକାର ହେଉଛନ୍ତି। ତେଣୁ ଏନେଇ ସେ ଆରଡି ବିଭାଗ କୁ ଦୃଷ୍ଟିଗୋଚର କରାଇଥିଲେ। ତେବେ ତୁରନ୍ତ ଏହି ସବୁ ସମସ୍ୟା ର ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ର ଏହି ସବୁ ବିଭାଗ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ଖିଲ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଗାମୀ ଦିନରେ ବାଲିମେଳା ସହରର ଉନ୍ନତି ପାଇଁ ସଦାସର୍ବଦା ବିଧାୟକ ଶ୍ରୀ ଖିଲ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ତେବେ ଚିତ୍ରକୋଣ୍ଡା ବିଧାୟକ ଙ୍କ ଜିଲ୍ଲା ପ୍ରଶାସନ ସହ ଏହି ଆଲୋଚନା ସମୟରେ ବିଧାୟକ ପ୍ରତିନିଧି ଇସାକ୍ ଖୋସଲା ଉପସ୍ଥିତ ଥିଲେ।