ଚଣ୍ଡିଗଡ– ମଙ୍ଗଳବାର ପଞ୍ଜାବର ମୁଖମନ୍ତ୍ରୀ ଭଗବନ୍ତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଯାଇଛି । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ମାନ ମଙ୍ଗଳବାର ରାତିରେ ଚଣ୍ଡୀଗଡ ବିମାନ ବନ୍ଦରରେ ଓହ୍ଲାଇବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ସିକ୍ୟୁରିଟି ଷ୍ଟାଫ ତାଙ୍କୁ ସମ୍ଭାଳିଥିଲେ । ଏହା ପରେ ତାଙ୍କୁ ପ୍ରଥମେ ସିଏମ ଭବନ ଚଣ୍ଡୀଗଡ ଅଣାଯାଇଥିଲା । ସେଠାରେ ତାଙ୍କୁ ଡ୍ରିପ ଲଗାଯାଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ଏକ ଟିମ ତାଙ୍କ ଟିକିତ୍ସା କରୁଛନ୍ତି। ଭଗବନ୍ତ ମାନ 13 ସେପ୍ଟେମ୍ବରରେ ଦିଲ୍ଲୀରେ ପହଁଞ୍ଚିଥିଲେ। ଏହି ଦିନ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ସେବେଠାରୁ ସେ ଦିଲ୍ଲୀରେ ହିଁ ରହିଥିଲେ।
Related Stories
September 19, 2024