ଭୁବନେଶ୍ୱର– ଝାରଖଣ୍ଡର ଇଂଜିନିୟର ଛାତ୍ର ଅଭିଷେକ ରବିଙ୍କର ଭୁବନେଶ୍ୱରର ଏକ କଲେଜରେ ମୃତ୍ୟୁ ମାମଲାରେ ତ୍ୱରିତ ଓ ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟପାଳଙ୍କ ମୁଖ୍ୟ ସଚିବ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଏନେଇ ରାଜ୍ୟପାଳ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଝାରଖଣ୍ଡର ପୁଅ ତଥା ଇଂଜିନିୟରିଂ ଛାତ୍ର ଅଭିଷେକ ରବିଙ୍କର ଗତ କିଛି ଦିନ ତଳେ ଭୁବନେଶ୍ୱରର କଲେଜରେ ମୃତ୍ୟୁ ହୋଇଥିଲା । ତାଙ୍କ ପିତା ଅନୁପ ଚତ୍ର ରାମ ଏ ସଂପର୍କରେ ମୋତେ ପତ୍ର ଲେଖି ନିରପେକ୍ଷ ତଦନ୍ତ କରିବା ଓ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ । ମୁଁ ଏହି ମାମଲାକୁ ବ୍ୟକ୍ତିଗତ ଭାବେ ଦେଖୁଛି । ମୁଁ ମୁଖ୍ୟ ସଚିବଙ୍କୁ ଚିଠି କରି ତୁରନ୍ତ ଓ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ଦୋଷୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ମୁଁ ଅନୁପ ଚନ୍ଦ୍ର ରାମଙ୍କୁ ବିଶ୍ୱାସ ଦେଉଛି ।