ଭୁବନେଶ୍ୱର/କଟକ– ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଯୁବତୀଙ୍କୁ ଗିରଫ କରାଯାଇଥିଲା । ଘଟଣାକୁ ନେଇ ଆଜି ଭରତପୁର ଥାନାର ୫ ଜଣଙ୍କୁ ନିଲମ୍ବିତ କରାଯାଇଛି । ଆଇଆଇସି, ଜଣେ ଏସ୍ଆଇ, ୨ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ହାଇକୋର୍ଟ ସେନା ଅଧିକାରୀ କ୍ୟାପ୍ଟେନ୍ ଗୁରୁବଂଶ ସିଂ (ଶିଖ୍ ରେଜିମେଣ୍ଟ) ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଭରତପୁର ଥାନା ଭିତରେ ମାଡ଼ ଏବଂ ଅସଦାଚରଣ ଘଟଣାରେ ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦେଶ ଦେଇଥିଲେ । ସେହିପରି ଅଙ୍କିତାଙ୍କୁ ତୁରନ୍ତ ଏମ୍ସ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।
Related Stories
October 6, 2024
October 6, 2024