-
ସେବା ଓ ତ୍ୟାଗ କଲେ ମୁକ୍ତି ମିଳିଥାଏ -ମହନ୍ତ ରମଣ ବିହାରୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗୌର ବିହାର (ମାତା ମଠ ) ପରିସରରେ ବୈଷ୍ଣବୀ ଶ୍ୟାମା ଦାସୀଙ୍କ ପ୍ରଥମ ବାର୍ଷିକ ସ୍ମରଣ ମହୋତ୍ସବ ସମାରୋହ ପୂର୍ବକ ଅନୁଷ୍ଠିତ ହୋଇଯାଇଛି |ମହନ୍ତ ସୁବଳ ଚରଣ ଦାସ ଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ କଲିକତା ପାଠୁଆଡି ର ମହନ୍ତ ରମଣ ବିହାରୀ ଦାସ ଜୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ସେବା ଓ ତ୍ୟାଗ କଲେ ମୁକ୍ତି ମିଳିଥାଏ |ଜୀବନରେ ଶ୍ରୀରାମ ସଂକୀର୍ତନ, ଭଜନ କୀର୍ତ୍ତନ କରିବା ଦ୍ୱାରା ଦିବ୍ୟ ଶାନ୍ତି ଅନୁଭବ ସମସ୍ତେ କରିଥାନ୍ତି ତେଣୁ ନାମ ଏବଂ କୀର୍ତ୍ତନ ମାନବ ସମାଜ ପାଇଁ ଜରୁରୀ |ଏହି ଉତ୍ସବ ରେ ମହିପ୍ରକାଶ ମଠ ର ମହନ୍ତ ଶୂଭାନନ୍ଦ ପୁରୀ ,ରାଧା ବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ଜୀ ମହାରାଜ,ନେବଳ ଦାସ ମଠର ମହନ୍ତ ଡ଼ ରାମ ଚରଣ ଦାସ ଜୀ ମହାରାଜ,ରାଧାକାନ୍ତ ମଠ ର ମହନ୍ତ କୃଷ୍ଣ ଗୋପାଳ ଦାସ ଜୀ ମହାରାଜ, ନରୋତ୍ତମଃ କୁଟୀର ମହନ୍ତ ଲଡୁ ଗୋପାଳ ଦାସ ଜୀ ମହାରାଜ, ରାଧା କିଶୋର ମଠ ମହନ୍ତ କୃଷ୍ଣ ଚରଣ ଦାସ ଜୀ ମହାରାଜ,ନବଦୀପ ର ମହନ୍ତ ବିଶ୍ୱମ୍ବର ଦାସ ଜୀ ମହାରାଜ ପ୍ରମୁଖ ଉପସ୍ଥିତ ରହି ମାତା ମା ଙ୍କର ସ୍ମୃତି ଚାରଣ କରିବା ସହିତ ସ୍ମରଣିକା ଉନ୍ମୋଚନ କରିଥିଲେ |ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ସାଧୁ ସନ୍ଥ ଏବଂ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ |