ନୂଆଦିଲ୍ଲୀ-କେନ୍ଦ୍ର ଗୃହ ଏବଂ ସହଯୋଗ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର 100 ଦିନ ପୂରଣ ହେବା ଅବସରରେ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 74 ତମ ଜନ୍ମଦିନ।ଏହି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ଗୃହମନ୍ତ୍ରୀ ଶାହ କହିଛନ୍ତି 10 ବର୍ଷରେ ବିଶ୍ୱରେ 15ଟି ଭିନ୍ନ ଭିନ୍ନ ଦେଶ ପ୍ରଧାନମନ୍ତ୍ରୀଙ୍କୁ ନିଜ ଦେଶର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ ଦେଶର ମଧ୍ୟ ଗୌରବ ବଢାଇଛି। ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ କ୍ରମାଗତ 10 ବର୍ଷ ଭାରତର ବିକାଶ,ଜାତୀୟ ସୁରକ୍ଷା,ଏବଂ ଗରୀବମାନଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିବା ପରେ ବିଜେପି ଏବଂ ଆମର ସହଯୋଗୀମାନେ ଏହି ସାଧାରଣ ନିର୍ବାଚନରେ ତୃତୀୟ ଥର ସରକାର ଗଠନ କରିବାକୁ ଜନାଦେଶ ପାଇଛନ୍ତି । 60 ବର୍ଷ ପରେ ପ୍ରଥମ ଥର ଦେଶରେ ରାଜନୈତିକ ସ୍ଥିରତାର ବାତାବରଣ ଦେଖାଦେଇଛି। ନୀତିର ଦିଗ ,ନୀତିର ଗତି ,ଏବଂ ନୀତିର କାର୍ଯ୍ୟକାରିତା ସଠିକ ଭାବରେ 10 ବର୍ଷ ପର୍ଯ୍ୟନ୍ତ ବଜାୟ ରଖିବା ଏବଂ ତା ପରେ 11 ବର୍ଷରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର। ସେ କହିଛନ୍ତି ଯେ ତୃତୀୟ କାର୍ଯ୍ୟକାଳ 100 ଦିନ ପୁରଣ ହୋଇଛି। ଏହି 100 ଦିନ ମଧ୍ୟରେ ପ୍ରାୟ 15 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି। 100 ଦିନରେ ଆମେ ତିନି ଲକ୍ଷ କୋଟିଟ ଙ୍କା ମୁଲ୍ୟର ପ୍ରକଳ୍ପ ଘୋଷଣା କରିଛୁ ଏବଂ କାର୍ଯ୍ୟକାରିତା ମଧ୍ୟ ଆରମ୍ଭ ହୋଇଛି।
Related Stories
November 21, 2024