ସୁବର୍ଣ୍ଣପୁର,ସୁବର୍ଣ୍ଣପୁର ସହର ସ୍ଥାନୀୟ ପଟାଭାଡ଼ି ଠାରେ ଗଢି ଉଠିଥିବା ଅଗ୍ରଣୀ କୋଶଳ ଉଚ୍ଚ ବିଦ୍ୟାଳୟରେ 5ମ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶିଶୁଙ୍କ ବିଜ୍ଞାନ ପ୍ରତି ରୁଚି ଓ ପ୍ରୟୋଗ ବିଷୟରେ ସମସ୍ତ ଶିଶୁ ଭାଇ ଭଉଣୀଙ୍କୁ ଅବଗତ କରାଇଥିଲେ । ଠିକ ସେହିପରି ବିଦ୍ୟାଳୟର ସମ୍ପାଦକ ଶିଶୁଙ୍କ ଜ୍ଞାନ କୌଶଳ ର ପ୍ରତିଭାକୁ ବହୁମାତ୍ରେ ଉନ୍ନତ କରିବାର କଥା ଉପସ୍ଥାପନା କରି ସମସ୍ତଙ୍କୁ ଆଗ୍ରହୀ କରିଥିଲେ | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପରମାନନ୍ଦ ନାଏକ ସମସ୍ତ ଅତିଥି ଦର୍ଶକ, ପ୍ରତିଭାଗୀ, କର୍ମଚାରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରି ବିଚାରକ ମାନଙ୍କ ଦ୍ୱାରା ଚୟନ କରାଯାଇଥିବା ଶିଶୁଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରିବାକୁ କହିଥିଲେ | ଏହି ମେଳାଟି 4ଟି ବିଭାଗରେ ହୋଇଥିଲା ଯାହାକି ବାଳ ବର୍ଗ, ଶିଶୁ ବର୍ଗ ପ୍ରାକ ଶିଶୁ ବର୍ଗ ଓ କିଶୋର ବର୍ଗ | ଶିଶୁମାନଙ୍କ ଏହି ସୁନ୍ଦର ପ୍ରକଳ୍ପକୁ ଚୟନ କରିବା ପାଇଁ 4ଜଣ ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା ସ୍ଥାନୀୟ ବିଶ୍ୱଭାରତୀ ବିଦ୍ୟାଳୟ ପିପିଲିପାଲିର 2ଜଣ ବିଜ୍ଞାନ ଶିକ୍ଷକ ଶ୍ରୀମନ ଲୋକନାଥ ମିଷ୍ଟ୍ରେ , ଶୁଭାଶିଷ ଖେତୀ, କିଡ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀମନ ସୁରେଶ ମେହେର ଓ ବୀରମିତ୍ର ସିଂ ଦେଓ ସଂସ୍କୃତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରିଙ୍କୁ ପଧାନ ପ୍ରମୁଖ ବିଚାରକ ଭାବରେ ଯୋଗଦେଇଥିଲେ | ବିଜ୍ଞାନମେଳାର ଉଦଯାପନୀ ସଭାରେ ଉତ୍କୃଷ୍ଟ ମାନର ପ୍ରକଳ୍ପକୁ ବିଚାର କରାଯାଇ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୃଷିବିଜ୍ଞାନ ଅଧିକାରୀ ଡ଼. ବିଭୁତିଭୂଷଣ ମିଶ୍ର, ସମ୍ମାନିତ ଅତିଥି ଭାବରେ ଅମ୍ବାଗାଁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁକଦେବ ପଣ୍ଡା ଓ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗତିକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ ସମସ୍ତ ଶିଶୁ ଓ ଶିକ୍ଷକଙ୍କୁ ଉତ୍ସାହ କରିବା ସଙ୍ଗେ ବିଜ୍ଞାନ ପ୍ରତି ପ୍ରେରିତ କରିଥିଲେ | ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଜିତ ବିଶ୍ୱାଳ, ଶଙ୍କର୍ଷଣ ଭୋଇ, ପ୍ରଦାୟିନୀ ମହାଳିକ, ଆନିଷ ପୁଟେଲ,ତତ୍ତ୍ୱଦର୍ଶୀ ମେଣ୍ଡିଲି, ଗୌରୀ ବଗର୍ତ୍ତୀ, ଦୁଶିଲା ପ୍ରଧାନ, ରମିଲା ସାହୁ, ଦିପ୍ତିମୟୀ ପଳିଆ ଆଦି ଗୁରୁଜୀଗୁରୁମା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |ସମସ୍ତ କାର୍ଯ୍ୟକ୍ରମକୁ ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସ୍ମିତାରାଣୀ ନାୟକ ସଂଯୋଜନା କରିଥିଲେ |