ବାଲେଶ୍ଵର– ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଜାମକୁଣ୍ଡା ଛକ ନିକଟରେ ଯେଉଁ କେନାଲ ରହିଛି ସେହି କେନାଲ ନିକଟରେ ରହିଥିବା ସ୍ଲୁଇସ୍ ଗେଟ୍ ଭାଙ୍ଗିଯାଇଛି । ଫଳରେ ବାଲିଆପାଳ-ଜାମକୁଣ୍ଡା ରାସ୍ତାରେ ଆଣ୍ଠୁଏ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି । ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ବାଲି ବସ୍ତା ପକାଯାଇ ପ୍ରଶାସନ ପକ୍ଷରୁ ଏହାକୁ ସୁରକ୍ଷା ଦିଆଯାଉଛି । ବର୍ତମାନ ସୁଦ୍ଧା ବାଲିଆପାଳର ୫ଟି ପଂଚାୟତର ୨୫ ଗ୍ରାମ ଓ ଭୋଗରାଇ ବ୍ଲକର ୪ଟି ପଂଚାୟତର ପ୍ରାୟ ୨୦ଟି ଗ୍ରାମ ଏହାଦ୍ଵାରା ପ୍ରଭାବିତ ହୋଇଛି ।
Related Stories
October 9, 2024
October 9, 2024