ବାଲେଶ୍ଵର– ବଢୁଛି ସୁବର୍ଣ୍ଣରେଖା ନଦୀର ଜଳ ସ୍ତର । ଜଳେଶ୍ୱର ବ୍ଲକର ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ଏହାର ପାଖାପାଖି ପାଣି ପ୍ରବାହିତ ହେଉଛି । ସେହିପରି ସତର୍କ ସୂଚନା ୯.୪୫ ମିଟର ରହିଥିବା ବେଳେ ସକାଳ ୮ଟା ସୁଦ୍ଧା ୧୦.୨୦ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ସତର୍କ ସୂଚନା ଟପିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି । ଯଦି ନଦୀର ଜଳସ୍ତର ଏଭଳି ବୃଦ୍ଧି ପାଏ, ତେବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିପାରେ । ବାଲିଆପାଳ, ଜଳେଶ୍ଵର ଏବଂ ଭୋଗରାଇ ବ୍ଲକର ଅନେକ ପଂଚାୟତରେ ପାଣି ପଶିବା ସହିତ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ତେବେ ଲଗାଣ ବର୍ଷା ଯୋଗୁ ବାଲିଆପାଳ ବ୍ଲକର କେତେକ ଅଂଚଳରେ ପାଣି ପଶିଛି ।
ସେହିପରି ଜଳକା ନଦୀର ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ବସ୍ତାର ମଥାନି ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ସେଠାରେ ବନ୍ୟାଜଳ ୬.୮୨ ମିଟରରେ ପ୍ରବାହିତ ହେଉଛି ।