
ଭଞ୍ଜନଗର – ଗତକାଲି ରାତିରେ ଭଞ୍ଜନଗର ବ୍ଲକ ବଦାଙ୍ଗୀ ଗ୍ରାମ ଗୌଡ଼ ସାହିର ସୁବାଷ ଗୌଡ଼, ପତ୍ନୀ ଲାଷ୍ମୀ ଗୌଡ଼, ଝିଅ ମାମା ଗୌଡ଼ ଓ ନିମା ଗୌଡ଼ ସମସ୍ତେ ଖାଇସାରିବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କ ପେଟକାଟିବା ସହ ବାନ୍ତି ହୋଇଥିଲା।ହେଲେ ଏହାକୁ ନେଇ ପରିବାର ଲୋକେ ଗୁଣି ସନ୍ଦେହରେ ଚିକିତ୍ସା କରି ନଥିଲେ।ହେଲେ ଆଜି ସକାଳେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଭଞ୍ଜନଗର ମେଡିକାଲ କୁ ଅଣା ଯାଇଥିଲା।ଏଠାରେ ଡାକ୍ତର ସାନ ଝିଅ ନିମା (୩)କୁ ମୃତ ଘୋଷଣା କରିଛନ୍ତି ଓ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି। ଖାଦ୍ୟ ରେ କୌଣସି ବିଷାକ୍ତ ପଦାର୍ଥ ମିଶି ଥିବା ଅନୁମାନ କରାଯାଉଛି ବୋଲି ଡାକ୍ତର କହିଛନ୍ତି।