ସାନଖେମୁଣ୍ଡି:ପୋଡାମାରିରେ ଅବସ୍ଥିତ ବ୍ଲକର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଚୈତନ୍ୟ ବିଦ୍ୟାପୀଠରେ ସରକାରଙ୍କ ଦ୍ୱାରା ଘୋଷିତ ବ୍ୟବସ୍ତାରେ ବୋତଲ ପ୍ରଦାନ କରାଯାଇଛି। ପୋଡାମାରି ଗ୍ରାମ ପଞ୍ଚାୟତ ସୌଜନ୍ୟରୁ ଅନୁଷ୍ଠାନର ସମସ୍ତ ଶିକ୍ଷାର୍ଥୀଙ୍କୁ ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ପରିକଳ୍ପିତ ଯୋଜନା ଅନୁଯାୟୀ ମାଗଣା ବୋତଲ ପ୍ରଦାନ ବ୍ୟବସ୍ତା କରାଯାଇଅଛି। ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କେଦାର ନାଥ ପାତ୍ର ଅଧ୍ୟକ୍ଷତା କରିଥବା ବେଳେ ମୁଖ୍ୟ ଅତିଥି ଭାବେ ପାଟପୁର ଥାନାଧିକାରୀ ଶ୍ରୀ ବିଜୟ କୁମାର ବାରିକ, ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ ଶ୍ରୀ ଭାସ୍କର ଚନ୍ଦ୍ର ପାଢ଼ୀ, ସମାଜ ସେବୀ ପ୍ରଭାକର ସାହୁ, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ, ଏସଏମସୀ ସଭାପତି ରାଜକିଶୋର ବାଡ଼ତ୍ୟା, ଶତ୍ରୁଘନ ଜେନା ପ୍ରମୁଖ ମଞ୍ଚସିନ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିଥିବୃନ୍ଦ ଗହଣରେ ସ୍ଥାଗିତ ଶ୍ରୀ ଗଣେଷ ପ୍ରତିମୂର୍ତ୍ତିରେ ଧୂପଦୀପ ପ୍ରଜ୍ଵଳନ ସହ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ସମ୍ମାନୀୟ ଅତିଥିବୃନ୍ଦ ସର୍ବପୁରାତନ ଅନୁଷ୍ଠାନର ସାମ୍ପ୍ରତିକ ସ୍ଥିତିରେ ଥିବା ଅଭାବ ଅସୁବିଧା ଉପରେ ଆଲୋକପାତ କରିଥିଲେ। ସମସ୍ତ ଅତିଥି ଗହଣରେ ପଞ୍ଚାୟତ ତରଫରୁ ମାଗଣା ବୋତଲ ବଣ୍ଟନ କରାଜୀବା ସହିତ ଶିକ୍ଷାର୍ଥୀଙ୍କୁ ପାନୀୟଜଳ ବ୍ୟବହାରର ନିୟମିତାକୁ ଗୁରୁତ୍ୱରୋପ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।