ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ସର୍ବାଧିକ ୧୪୧.୭ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଜି.ବି. ନଗରରେ ୧୨୨.୦ ମି.ମି., ନୱାନାରେ ୧୨୦.୪ ମି.ମି., ବାଲିମୁଣ୍ଡଳିରେ ୧୧୬.୨ ମି.ମି., ରରୁଆଁରେ ୧୧୪.୦ ମି.ମି., ବେତନଟୀରେ ୧୧୩.୦ ମି.ମି., କରଞ୍ଜିଆରେ ୧୦୫.୨ ମି.ମି., ବହଳଦାରେ ୧୦୫.୦ ମି.ମି., କପ୍ତିପଦାରେ ୧୦୪.୦ ମି.ମି., ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୧୦୩.୫ ମି.ମି., ମୟୂରଭଞ୍ଜ ଜିଲ୍ଲାର ଯଶୀପୁରରେ ୧୦୦.୦ ମି.ମି., ବାଲେଶ୍ୱର ଜିଲ୍ଲାର ଜଇପୁରରେ ୯୮.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୯୪.୦ ମି.ମି. ଏବଂ ତିରିଂରେ ୯୩.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
October 9, 2024
October 9, 2024