ଭୁବନେଶ୍ଵର– ଚଳିତ ମୌସୁମୀ ଋତୁ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯୭୬.୨ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୮ ପ୍ରତିଶତ କମ୍ ରହିଛି ।
ଏହି ସମୟରେ ମାଲକାନଗିରିରେ ଅତ୍ୟଧିକ ବର୍ଷା ରେକର୍ଡ଼ ହୋଇଛି । ମାଲକାନଗିରି ଜିଲ୍ଲାରେ ୧୮୭୯.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି । ୧୯ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ହୋଇଥିବା ବେଳେ ଅନ୍ୟ ୧୦ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।