ବେଜିଂ– ଚଳିତବର୍ଷର 13 ତମ ଝଡ ବେବିନକା ଚୀନର ବୃହତ୍ତମ ଶିଳ୍ପାଞ୍ଚଳ ସାଂଘାଇରେ ମାଡ ହୋଇଛି । ଆଜି ସକାଳ ସାଢେ ସାତଟା ସମୟରେ ପ୍ରବଳ ପବନ ଯୋଗୁଁ ଅନେକ ସ୍ଥାନରେ ପୁରୁଣା ଗଛ ଉପୁଡି ପଡିଛି । ଚୀନର ସରକାରୀ ଖବରକାଗଜ ଗ୍ଲୋବଲ ଟାଇମ୍ସ ରିପୋର୍ଟ ଅନୁସାରେ, ଏହାର ପ୍ରଭାବ ପୁଡୋଙ୍ଗ ଜିଲ୍ଲାର ଲିଂଙ୍ଗାଗ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏଥିପାଇଁ ବିମାନ ,ରେଳ ,ବସ ସେବାକୁ ବାତିଲ କରାଯାଇଛି । ସ୍କୁଲ ଏବଂ କଲେଜଗୁଡିକୁ ଛୁଟି ଘୋଷଣା କରାଯାଇଛି। ସଂଘାଇ କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ ବିଭାଗ ବେଘଶାଳା କହିଛି ଯେ ବେବିନକା 75 ବର୍ଷର ଇତିହାସରେ ଶଂଘାଇକୁ ହିଟ କରିଛି ସବୁଠାରୁ ଶକ୍ତିଶାଳୀ ଝଡ। ଗ୍ଲୋବଲ ଟାଇମ୍ସ ଅନୁସାରେ ଶନିବାର ରାତିରେ ଘଟିଥିବା ଝଡ ଆଜି ପୁର୍ବ ଚୀନର ଜିୟାଂଗ୍ସୁ ପ୍ରଦେଶର କିଦୋଂଗର ଉତ୍ତର ଏବଂ ପୁର୍ବ ଚୀନର ଝେଜିୟାଂଗ ପ୍ରଦେଶର ନିଂଗବୋର ଦକ୍ଷିଣ ଅଞ୍ଚଳ ମଧ୍ୟରେ ମାଡ ହେବାର ଆଶଙ୍କା ରହିଛି। ରବିବାର ରାତି 8 ଟା ସମୟରେ ଶଂଘାଇର ଉଭୟ ବିମାନ ବନ୍ଦରରୁ ବିମାନ ଚଳାଚଳ ବାତିଲ କରାଯାଇଥିଲା । 6 ଟି ସବ-ୱେ ଲାଇନ ଏବଂ ଅନ୍ୟ 9 ସବ-ୱେ ଲାଇନ ଫ୍ଲାଏ ଓଭର ବିଭାଗ ଆଜି ବନ୍ଦ ରହିବ।