
ସାନଖେମୁଣ୍ଡି: ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଉସ୍ଥା- ଜଗନ୍ନାଥପୁର ନିବାସୀ ସ୍ବର୍ଗତ ରାମଚନ୍ଦ୍ର ସ୍ବାଇଁଙ୍କ ଆଜି ଦ୍ୱାଦଶହ ସଭାରେ ଉସ୍ତା ସ୍ଥିତ ଶିବମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଅଛି। ଅଂଚଳର ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ ତଥା ପରୋପକାରୀ ବ୍ୟକ୍ତିତ୍ୱ ହିସାବରେ ପରିଚିତ ଥିବା ବେଳେ ରାଜ୍ୟ କାର୍ଡ ବ୍ୟାଙ୍କ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ଵାଇଁଙ୍କ ବାପା ପୈଣ୍ଟକ ଗ୍ରାମରେ ଆଜି ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତିତ୍ୱଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ସମାବେସିତ ରାଜ୍ୟ ବିଜେଡିର ବହୁ କର୍ମୀ ଓ କର୍ମକର୍ତ୍ତା ସ୍ବର୍ଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜିଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ବନ ସେଠି, କ୍ରିଷ୍ଣାରାଓ ସୁବୁଦ୍ଧି, ଉଦୟ ସ୍ବାଇଁ, ଶୂନ୍ୟ ଦାସ, ମକରା ବିଷୋୟୀ, ପୂର୍ବତନ ଜିଲା ପରିଷଦ ଅଧକ୍ଷା ବନିତା ପ୍ରଧାନ, ପୂର୍ବ ବ୍ଲକ ଅଧକ୍ଷା କଳ୍ପନା ଭୋଳ, ଜିଲା ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ମହିଳା ଉପସଭାନେତ୍ରୀ ମମତା ବିଷୋୟୀ, ଲଷ୍ମୀପ୍ରିୟା ପାଢ଼ୀଙ୍କ ସହିତ ଜିଲା ସାଧାରଣ ସମ୍ପାଦକ ତଥା ପୋଡାମାରି ଯୁବରାଜ ବୀରକିଶୋର ଦେବ, ସାଂସଦ ପ୍ରତିନିଧି ଶ୍ରୀ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ସହ ବ୍ଲକ ସ୍ତରୀୟ ବହୁ ବିଜେଡି ନେତା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO