ଗଂଜାମ– ଆଜି ଦିନ ୧୧ଟା ସମୟରେ ରାଂଚିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଙ୍ଗ ମାଧ୍ୟମରେ ବ୍ରହ୍ମପୁର – ଟାଟାନଗର ବନ୍ଦେ ଭାରତ ଟ୍ରେନ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁରରେ ରେଳ ଷ୍ଟେସନ ନିକଟରେ ଏକ ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗ୍ରୀନସିଗନାଲ ତଥା ପତାକା ଦେଖାଇ ଚାରି ନଂବର ପ୍ଳାଟଫର୍ମରୁ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣଜେନା, ଗଂଜାମ ଜିଲାପାଳ ଦିବ୍ଯଜ୍ୟୋତି ପରିଡା, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଉପଜିଲ୍ଲାପାଳ, ପ୍ରାଣୀଧନ ମନ୍ତ୍ରୀ ଗୋକୁଳାନଂଦ ମଲ୍ଲିକ, ବ୍ରହ୍ମପୁର ବିଧାୟକ କେ.ଅନୀଲ, ସାଂସଦ ପ୍ରଦୀପ କୁମାର ପାଣିଗ୍ରାହି, ଡିଆଇଜି ସାର୍ଥକ ଷଡଙ୍ଗୀ, ଉପଜିଲ୍ଲାପାଳ ଧୀନାଦସ୍ତାଗିରକଂ ସମେତ ଜିଲାର ବହୁ ପଦସ୍ଥ ଅଧିକାରୀ, ଜନନେତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଷ୍ଟେସନରୁ ସାଢେ ଏଗାରଟା ବେଳେ ଟ୍ରେନ୍ ଟି ଛାଡିଥିଲା। ଏହି ଟ୍ରେନ୍ ରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝି ଭୁବନେଶ୍ବର ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ନିରାପତ୍ତା ପାଇଁ ବ୍ଯାପକ ପୁଲିସ୍ ମୁତୟନ କରାଯାଇଥିଲା ।