ପୁରୀ- ପୁରୀରେ ଆଜି ପୂର୍ବାହ୍ନରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ସୁଭାଷ ବୋଷ ଛକ ଠାରୁ ବାହାରି ରାଜଭବନ, ସର୍କିଟ ହାଉସ, ସି ବିଚ ଥାନା, କୋର୍ଟ ଛକ ଦେଇ ଟାଉନ ହଲ ଠାରେ ପହଞ୍ଚି ଥିଲା। ସୁଭଦ୍ରା ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଇବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପରେ ଟାଉନ ହଲ ଠାରେ ଏକ ବୈଠକ ଉପରୋକ୍ତ ଅଧିକାରୀ ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା।ସୁଭଦ୍ରା ଯୋଜନା ରେ ଆବେଦନକାରୀ ଙ୍କୁ ସହଯୋଗ କରିବା, ଆବେଦନ ପ୍ରକ୍ରିୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା, ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା।
ଏହି ଅବସରରେ ଏକ ସ୍ବାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ପ୍ରୋଗ୍ରାମ ଅଫିସର ତୃପ୍ତି ବଡଜେନା, ମମତାର ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତି ର ଡିପିସି ଆରତୀ ସାହୁ, ସିଡିପିଓ, ସୁପରଭାଇଜର, ମିଶନ ଶକ୍ତି ମା ମାନେ ଯୋଗ ଦେଇଥିଲେ।