ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଆୟୋଜିତ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୬ ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ଝାରମୁଣ୍ଡା ୧-୦ ଗୋଲରେ ସଲତରପାଲିକୁ ହରାଇ ବିଜୟୀ ହୋଇଛି । ଲୋଇସିଂହା ପଡିଆରେ ଏଚ୍ଆରଡିଏ ଖଲିଆପାଲି ଟ୍ରାଇବ୍ରେକର ୩-୨ ଗୋଲରେ ଆରୱାଇସି ଲୋଇସିଂହାକୁ ହରାଇଛି । ହଲଦି ପଡିଆରେ ତୁର୍ଲା ୨-୦ ଗୋଲରେ ମାଲପଡାକୁ ହରାଇଛି । ମିଶନ ପଡିଆରେ ମାଣିକେଶ୍ୱରୀ କନ୍ଧପାଲି ଟ୍ରାଇବ୍ରେକର ୪-୨ ଗୋଲରେ ପୋଗ୍ରେସିଭ୍ ବି ଓ ସିସିଏଫ୍ଏ ଏ ୫-୦ ଗୋଲରେ ମହିମୁଣ୍ଡାକୁ ହରାଇଛି । ମୁରିବାହାଲ ପଡିଆରେ ୱାଇଏସ୍ସି ମୁରିବାହାଲ ୫-୦ ଗୋଲରେ ରେଙ୍ଗାଲିକୁ ହରାଇଛି । ସିଟି ସ୍କୁଲ ଟିଟିଲାଗଡ ପଡିଆରେ ରାଇଜିଂ ଷ୍ଟାର ଟିଟିଲାଗଡ ୨-୦ ଗୋଲରେ ଭିଏସ୍ଏସ୍ ଟିଟିଲାଗଡକୁ ହରାଇଛି । ଖୋଲାନ ପଡିଆରେ ନାରେନ ୩-୦ ଗୋଲରେ ଖୋଲାନ ବିକୁ ହରାଇଛି । ଜରାସିଂହା ପଡିଆରେ ତୁଷୁରା ୧-୦ ଗୋଲରେ ନାଇକେନସିରାକୁ ହରାଇଛି । ଟିକ୍ରାପଡା ପଡିଆରେ ସର୍ଗୁଲ ଟ୍ରାଇବ୍ରେକର ୩-୨ ଗୋଲରେ ଡାଙ୍ଗବାହାଲକୁ ହରାଇଛି । ଖୁଜେନପାଲି ପଡିଆରେ ଭାଲେର ୧-୦ ଗୋଲରେ ବାଗଭାଡି ଓ ଅର୍ଜୁନପୁର ୧-୦ ଗୋଲରେ ଖୁଜେନପାଲିକୁ ହରାଇଛି । କଣ୍ଟାବାଞ୍ଜି ରେଲୱେ ପଡିଆରେ କେଏଫ୍ସି କଣ୍ଟାବାଞ୍ଜି ୬-୦ ଗୋଲରେ ଆରଏନ୍ଏଫ୍ସି କଣ୍ଟାବାଞ୍ଜିକୁ ହରାଇଛି । ବଙ୍ଗୋମୁଣ୍ଡା ପଡିଆରେ ସାନମୁଲା ୩-୦ ଗୋଲରେ ତେତେଲପଡାକୁ ହରାଇଛି । ଟାଉନ ହାଇସ୍କୁଲ ପଡିଆରେ ଜିଏଫ୍ଏ ରାଏପାଲି ବିଜୟୀ ହୋଇଛି । ଚୁଡାପାଲି ପଡିଆରେ ଢୁଲୁସର ୨-୧ ଗୋଲରେ ଭାଲୁପିଟାକୁ ହରାଇଛି । ପାଟଣାଗଡ ପଡିଆରେ ନକଟାସର ୭-୦ ଗୋଲରେ ମଲ୍ଲିକମୁଣ୍ଡାକୁ ହରାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିରେ ସିସିଏଫ୍ଏ ବି ୪-୧ ଗୋଲରେ କୁଶଙ୍ଗକୁ ହରାଇଛି ।
ଅତିଥି ଭାବରେ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମରେ ନରସିଂ ନିର୍ଦ୍ଧେଶିକା ତୃପ୍ତିମୟୀ ମିଶ୍ର ଓ ଡିପ୍ଲୋମା ଇଂଞ୍ଜିନିୟରିଂ ଅଧ୍ୟକ୍ଷା ନମିତା ପଟେଲ, ହଲଦି ପଡିଆରେ ବିଜେପି ଜୋନ ସଭାପତି ଜିବର୍ଦ୍ଧନ ଖର୍ସେଲ, ମିଶନ ପଡିଆରେ ପୂର୍ବତନ ଖେଳାଳି ବିରେନ୍ଦ୍ର ସୁନା, ଶ୍ରୀକାନ୍ତ ରାଉତ, ଅସୀମ ପାଲ, ଲୋକନାଥ ନେପାକ ଓ ସୁବୋଧ ପ୍ରଧାନ, ମୁରିବାହାଲ ପଡିଆରେ ବିଧାୟକ ନୋମିନି ଗଙ୍ଗାଧର ହେର୍ଣ୍ଣା ଓ ତରୁଣ ପୋଡ, ଜରାସିଂହା ପଡିଆରେ ସଚ୍ଚିଦାନନ୍ଦ ପାଢି, ଖୁଜେନପାଲି ପଡିଆରେ ପୁରୁଷୋତ୍ତମ ସାହୁ , ପିତାମ୍ବର ଖମାରୀ ଓ ପ୍ରଦୀପ ତ୍ରିପାଠି, କଣ୍ଟାବାଞ୍ଜି ପଡିଆରେ ନରେଶ ଜୈନ, ସୁଜିତ ଖୁରା ଓ କୈଳାସ ଦୀପ, ବଙ୍ଗୋମୁଣ୍ଡା ପଡିଆରେ ମଣ୍ଟୁ ସରାଫ ଓ ସୁନିଶ ପ୍ରଧାନୀ, ଚୁଡାପାଲି ପଡିଆରେ ପୂର୍ବତନ ଖେଳାଳି ନୀଳମଣି ଦଣ୍ଡସେନା ଓ ଗୋପାଳ ପଟେଲ ଯୋଗ ଦେଇଥିଲେ ।
ଖେଳକୁ କରୁଣାକର ପ୍ରଧାନ, ଜ୍ୟୋର୍ତିମୟ ଭୁକ୍ତା, ଦାମ୍ବୋଦର ପ୍ରଧାନ, ଜିତେନ୍ଦ୍ର ପାତ୍ର, ମହେଶ ତ୍ରିପାଠି, ବିଜୟ ରଣା, ଅଞ୍ଜନ ବେସ୍ରା, ପ୍ରଦିପ ବଗର୍ତ୍ତି, ଆଶିର୍ବାଦ ସା, ପାଣ୍ଡବ ବିଶି, ପ୍ରତାପ ଭୁକ୍ତା, ରବିନ୍ଦ୍ର ସାହୁ, ଉମେଶ ଭୋଇ, ଶୁଶାନ୍ତ ନାଗ, ଜଳନ୍ଧର ସାହୁ, ଜିତୁ ଦଲାଇ, ଅବଦୁଲ ମୁଜିବ, ଗଣେଷ ଭୋଇ, ଶରତ ପ୍ରଧାନ, ସ୍ୱାଗ ମେହେର, ଯୁବରାଜ ଭୋଇ, ବିନୋଦ ପ୍ରଧାନୀ, ମୋହନ ପ୍ରଧାନୀ, ପ୍ରୀତମ ନାଏକ, ରାଜେଶ ସ୍ୱାଇଁ, ମଳୟ ଘିଭେଲା, ଯଶୋବନ୍ତ ମାଝି, ବିଶାଲ ଜେନା, ସନ୍ୟାସି ନାୟକ, ଶ୍ରୀବତ୍ସ ମେହେର, କୈଳାସ କର୍ତ୍ତି, କୁନ୍ତେ ମେହେର, ଶୁଶାନ୍ତ ଥନାପତି, ବିବଚ୍ଛ ମାଝି, ବୈଷ୍ଣବ ତାଣ୍ଡି, ନିତେଶ ମାଝି, ସୀତାକାନ୍ତ ମାଝି, ଲବ ସୁନାନି, ବାଦଲ ରାଉତ, କୁଶଦେବ ଆଡଜୁଏଡ, ପ୍ରଫୁଲ୍ଲ ବଗର୍ତ୍ତି, ରାଜେନ୍ଦ୍ର ଧରୁଆ, ବିଜୟ ଖମାରୀ, ଉମେଶ ଧରୁଆ, ଗୌରହରି ପୁଟେଲ, ସାମ୍ସନ୍ ଥନାପତି, ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ଡିସେମ୍ବର ଭୋଇ, ବୁଲୁ ମାଝି, ଏନ୍ଏସ୍ ନାଇଡୁ, ଦେବାଶିଷ ବାଗ, ସଞ୍ଜନ କୁଦେଇ, ସଚ୍ଚିଦାନନ୍ଦ ସାହୁ, ବୈକୁଣ୍ଠ ଜେନା, ପୁରୁଷୋତ୍ତମ ବୁଡେକ, ଜ୍ୟୋତି ମହାନନ୍ଦ, ଦେବରାଜ ନାହାକ, ରାଜେନ୍ଦ୍ର ସେଠ, ଦୋଳଗୋବିନ୍ଦ ମୁଣ୍ଡା, ତ୍ରିନାଥ ଚନ୍ଦନ, ଚୈତନ୍ୟ ସାହୁ, ସୁଧାଂଶୁ ସେଠ, ସୁଦର୍ଶନ ସେଠ, ସଞ୍ଜିବ ମହାରଣା ଓ ନିଶାରକାନ୍ତ ନାଗ ରେଫରି ଦାୟିତ୍ୱ ତୁଳାଇଥିଲେ ।