ଭୁବନେଶ୍ୱର– ଓଡ଼ିଶା ଗସ୍ତ ସମୟରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବାଂଟିବେ ପିଏମ ମୋଦି । ଆସନ୍ତା 17 ତାରିଖ ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ ରାଜ୍ୟର ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ଜାତୀୟସ୍ତରର କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଏହି ଆବାସ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘ଅବାସ’ର ପ୍ରଥମ କିସ୍ତି ଟଙ୍କା ବାବଦକୁ ୩୧୮୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପଠାଇବେ ପ୍ରଧାନମନ୍ତ୍ରୀ । ସେହିପରି ‘ଆବାସ + ୨୦୨୪’ ଆପ୍ ମଧ୍ୟ ଉନ୍ମୋଚନ କରିବେ ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ।
Related Stories
October 6, 2024
October 6, 2024