ଭୁବନେଶ୍ୱର, ଆଗାମୀ 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ଜନତା ମଇଦାନରେ ସୁରକ୍ଷା ଓ ଅନ୍ୟ ବ୍ୟବସ୍ଥାକୁ ନେଇ ସମୀକ୍ଷା କରାଯାଇଛି । ଗୃହ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ କଲ୍ୟାଣ ସଚିବ ଶୁଭା ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସଂଜୀବ ପଣ୍ଡା, ଡିସିପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏସ ପି ଜି ଅଧିକାରୀ ମଧ୍ୟ ପହଞ୍ଚି ସଚିବ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା କରୁଛନ୍ତି । ଆସନ୍ତା 17 ରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି। ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।
Related Stories
November 22, 2024