
ନୂଆଦିଲ୍ଲୀ -ଜେଲରୁ ମୁକୁଳିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କନାଁଟ ପ୍ଲେସର ଐତିହାସିକ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ସମେତ ମନୀଷ ସିସୋଦିୟା ଏବଂ ସଂଜୟ ସିଂହ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ମନ୍ଦିରରେ ପୂଜା ପରେ କେଜ୍ରିୱାଲ ରାଜଘାଟକୁ ଯିବା ପାଇଁ ଯୋଜନା ଥିଲା,କିନ୍ତୁ ଏହି କାର୍ଯ୍ୟକ୍ରମ ରାଜଘାଟରେ ପାଣି ହୋଇଥିବା କାରଣରୁ ସ୍ଥଗିତ ରଖାଯାଇଥିଲା । ସେ କାଲି ଅର୍ଥାତ୍ ରବିବାର ରାଜଘାଟ ଯିବେ। ସୂଚନାଯୋଗ୍ୟ ଯେ ଦିଲ୍ଲୀର ମଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ସନ୍ଧ୍ୟାରେ ଜେଲରୁ ବାହାରିବା ପରେ ଚନ୍ଦଗୀ ରାମ ଅଖାଡା ଠାରୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ରୋଡ ଶୋ କରିଥିଲେ। ଏହି ଅବସରରେ ଆମ ଆଦମୀ ପାର୍ଟୀର ସମସ୍ତ ବଡ ନେତା ଉପସ୍ଥିତ ଥିଲେ। ଏହି ସମୟରେ କେଜ୍ରିୱାଲ କହିଥିଲେ ମୁଁ କୌଣସି ଦୁର୍ନୀତି କରିନାହିଁ। ମୋର ଭୁଲ ଏହା କି ମୁଁ ରାଷ୍ଟ୍ର ଶକ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିଛି। ଏଥିପାଇଁ ମତେ ଜେଲକୁ ପଠାଗଲା।