
ଜମ୍ମୁ-ଜମ୍ମୁକାଶ୍ମୀରର ସୀମାବର୍ତ୍ତୀ ଜିଲ୍ଲା ପୁଞ୍ଛରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏହା ପରେ ସର୍ଚ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ ଚଲାଇଥିଲେ । ଗୁରୁବାର ରାତିରେ ଡୋଡି ବନ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ। ସର୍ଚ୍ଚ ଅପରେସନ ପରେ ଏକ ଅସ୍ଥାୟୀ ଆତଙ୍କୀଙ୍କ ଆଡ୍ଡା ବିଷୟରେ ଜଣାପଡିଛି। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଶୁକ୍ରବାର ମଧ୍ୟ ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଛି।